Below header

ସମ୍ବଲପୁର: ନୂଆବର୍ଷରେ ଦୁଃଖଦ ଖବର, ମହାଦେବଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ନୂଆବର୍ଷରେ ଦୁଃଖଦ ଖବର ।  ମହାଦେବଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ । ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ବୃଦ୍ଧ ଦମ୍ପତ୍ତି କହ୍ନେୟାଲାଲ ସୋନୀ ଓ ପତ୍ନୀ ମୁନୀ ଦେବୀ ସୋନୀଙ୍କ ମୃତ୍ୟୁ ହେଇଛି। ସ୍କୁଟିରେ ସ୍ୱାମୀ-ସ୍ତ୍ରୀ ଅଇଁଠାପାଲି ପଟୁ ଆସୁଥିଲେ ବୃଦ୍ଧ ଦମ୍ପତ୍ତି । ଅଇଁଠାପାଲିର ନିକଟରେ ରୁହନ୍ତି କହ୍ନୋଲାଲଙ୍କ ସପରିବର । ଶୁକ୍ରବାର ରାତିରେ ପୁରା ପରିବାର ଜିରୋ ନାଇଟ କୁ ବେଶ ଆନନ୍ଦ ଉଲ୍ଲାସରେ ପାଳିଥିଲେ। ଆଜି ସନ୍ଧ୍ୟାରେ ପତ୍ନୀଙ୍କ ସହ କହ୍ନେୟାଲାଲ ତାଙ୍କ ସ୍କୁକଟରେ ମାନେଶ୍ୱର ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ହେଲେ ଫେରିବା ବେଳେ ସରଲାକାନୀ ଛକ ନିକଟରେ ଏକ ଦୃତ ଗତିରେ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା।

ଆଉ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲାଯେ ଦେଖିଲା ଲୋକ ମଧ୍ୟ ଥରି ଉଠିଥିଲେ । ଖବର ପାଇ ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ବହୁ କଷ୍ଟରେ ମୃତଦେହକୁ ରାସ୍ତାରୁ ଉଠାଇଥିଲେ। ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.