କାଜୋଲଙ୍କ ନୂଆ ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରିଜର ଆସିଲା ସାମ୍ନାକୁ, ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ନଜର ଆସିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କାଜୋଲ ମଧ୍ୟ ଏବେ ନିଜ ଡିଜିଟାଲ ଡେବ୍ୟୁ ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି। ନୂଆବର୍ଷ ଅବସରରେ କାଜୋଲଙ୍କ ଆଗାମୀ ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରିଜର ସାମ୍ନାକୁ ଆସିଛି। ଏ ନେଇ କାଜୋଲ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଏହାସହିତ ୧୫ ଜାନୁଆରୀକୁ ମୁଭି ନେଟଫ୍ଲିକ୍ସରେ ରିଲିଜ ହେବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।

kajol2

କାଜୋଲ ‘ତ୍ରିଭଙ୍ଗା’ ଫିଲ୍ମରେ ବହୁତ ଅଲଗା ଏବଂ ପାୱାରଫୁଲ ତରିକାରେ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ରେଣୁକା ଶହାଣେ ଲେଖିଥିବା ବେଳେ ସେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଅଜୟ ଦେବଗନ ପ୍ରଡକସନ ହାଉସ ମଧ୍ୟ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛି।

kajol3

କାଜୋଲଙ୍କ ଛଡ଼ା ତନଭି ଆଜମୀ ଓ ମିଥିଲା ପାଲକର ମଧ୍ୟ ଏହି ଫିଲ୍ମର ଅଂଶ ଅଟନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ମହିଳା କୈନ୍ଦ୍ରିକ। ଲମ୍ବା ସମୟ ପରେ କାଜୋଲ କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। କହି ରଖୁଛୁ, ରେଣୁକା ଶହାଣେ ୨୦୧୮ରେ ଏହି ଫିଲ୍ମର ଘୋଷଣା କରିଥିଲେ। ୨୦୧୯ରେ ଏହାର ଷ୍ଟାରକାଷ୍ଟକୁ ନେଇ ନିଷ୍ପତ୍ତି ହୋଇଥିଲା ଏବଂ ଶୁଟିଂ ଆରମ୍ଭ ହୋଇଥିଲା।

 

View this post on Instagram

 

A post shared by Kajol Devgan (@kajol)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.