ସେରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ପରାମର୍ଶ, ପିଲାଙ୍କଠାରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ । ପ୍ରଥମେ ଖୋଲୁ ପ୍ରାଥମିକ ବିଦ୍ୟାଳୟ । କାରଣ ପିଲାଙ୍କଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଦେଶବ୍ୟାପୀ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପିଲାଙ୍କଠାରେ ଭୂତାଣୁ ମୁକାବିଲା କ୍ଷମତା ଅଧିକ । କିନ୍ତୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ଜରୁରୀ ବୋଲି କହିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସବୁ ଶିକ୍ଷକ ଓ ଗାଡି ଚାଳକଙ୍କୁ ଟିକାକରଣ କରାଯାଉ ବୋଲି ପରାମର୍ଶ ଦିଆଯାଇଛି।

ଆଇସିଏମଆର ଡିଜି କହିଛନ୍ତି, ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ଦେଶର ଦୁଇ-ତୃତୀୟାଂଶ ଲୋକଙ୍କୁ କରୋନା ଭୂତାଣୁ ଛୁଇଁ ସାରିଛି। ବାକି ୪୦ କୋଟି ଲୋକ ଏବେ ବିପଦରେ ଅଛନ୍ତି । ତେଣୁ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବଳରାମ ଭାର୍ଗବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.