ଯାଜପୁର: ନଦୀରେ ବୁଡି ଗଲା ୨ ଭାଇଙ୍କ ଜୀବନ

ଯାଜପୁର (କେନ୍ଯଜୁ) : ଧର୍ମଶାଳା ଥାନା ମଙ୍ଗଳପୁର ପଞ୍ଚାୟତ କୋଠିଡିହ ଗାଁରେ ଘଟିଛି ଅଘଟଣ। ଗତକାଲି ଘରୁ ଖେଳିବାକୁ କହି  ଘରୁ ବାହାରିଥିଲେ ୨ ଭାଇ। ହେଲେ ଘରକୁ ଫେରିନଥିଲେ। ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ମୃତକ ହେଲେ ଗାଁର ହାପିଜ ଅବଦୁଲଙ୍କ ୨ନାବାଳକ ପୁଅ ସାହିଲ ଏବଂ ସାହିଦ ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ୨ଭାଇ ଖେଳିବା ପାଇଁ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବ୍ରାହ୍ମଣୀ ନଦୀର କୋଠିଢିହ ନାୟକ ସାହି ଛନ୍ଦାରେ ଉଭୟଙ୍କ ପୋଷାକ ଓ ଚପଲ ଚିହ୍ନଟ ହୋଇଥିଲା । ନଦୀରୁ ଉଭୟଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଟେ ବ୍ରହ୍ମବରଦା ଫାଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଉଭୟଙ୍କ ଶବକୁ ଵ୍ୟଵଛେଦ ପାଇଁ ବଡ଼ଚଣା ମେଡ଼ିକାଲ ପଠାଇ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.