Below header

ସଂସଦରେ ଆଇଆଇଟି ପାଠ୍ୟକ୍ରମର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରମନ୍ତ୍ରୀ ରଖିଲେ ଉତ୍ତର

କେନ୍ୟୁଜ୍(ବ୍ୟୁରୋ): ଆଇଆଇଟି ପାଠ୍ୟକ୍ରମ ସହ ନିଜକୁ ଖାପ ଖୁଆଇ ନପାରି ଅକୃତକାର୍ଯ୍ୟ ହେଉଥିବା କିମ୍ବା ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ସୁରକ୍ଷା ପାଇଁ ପୂର୍ବରୁ କାଉନସେଲିଂ ମାଧ୍ୟମରେ ବିଏସସି ପାଠ୍ୟକ୍ରମରେ ବ୍ୟବସ୍ଥା ଥିଲା । ଏବେ ପୁନଃ ପୂର୍ବ ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାର କୌଣସି ପ୍ରସ୍ତାବ ରହିଛି କି ବୋଲି ଲୋକସଭାରେ ପ୍ରଶ୍ନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ସେ ଅନୁରୋଧ କରିଥିଲେ ।

ଡକ୍ଟର ସାମନ୍ତଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ସକରାତ୍ମକ ଭାବେ ଗ୍ରହଣ କରିଥିଲେ । ଚଳିତ ଶିକ୍ଷାବର୍ଷଠାରୁ ଆଇଆଇଟିରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇ ପରବର୍ତ୍ତୀ ଅବସ୍ଥାରେ ଖାପ ଖୁଆଇ ପାରିବେ, ସେହି ପାଠ୍ୟକ୍ରମକୁ ପରିବର୍ତ୍ତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବା ଯୋଜନା କାର୍ଯ୍ୟକାରୀ କରାଯିବ । ଏହାସହ ପିଲାମାନଙ୍କୁ ଅତିରିକ୍ତ କ୍ଲାସର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.