ରାଜ୍ୟର ପ୍ରଥମ କାଡାଭାରିକ୍‌ କୀଡ୍‌ନୀ ପ୍ରତ୍ୟାରୋପଣର ସଫଳତା,ଲୋକସେବା ଭବନରେ ଡାକ୍ତରୀ ଟିମଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ପ୍ରଥମ କାଡାଭାରିକ୍‌ କୀଡ୍‌ନୀ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ । ଆଜି ଲୋକସେବା ଭବନରେ ଏସ୍‌ସିବି ଓ ଆପୋଲ ହସ୍ପିଟାଲ ଡାକ୍ତରଙ୍କୁ ଭେଟି ସେମାନଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପ୍ରଥମ କାଡାଭାରିକ୍‌ କିଡ୍‌ନୀ ପ୍ରତ୍ୟାରୋପଣକୁ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି ବର୍ଣ୍ଣନା କରି ଡାକ୍ତରମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ ନବୀନ । ଗତ ୪ ତାରିଖରେ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରିୟଙ୍କାରାଣୀ ପାତ୍ରଙ୍କ ଦୁଇଟି କିଡ୍‌ନୀକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିଲେ ଏସ୍‌ସିବି ଓ ଆପୋଲ ହସ୍ପିଟାଲର ଡାକ୍ତର ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.