OLX କହି ଯୁବତୀଙ୍କ ଠାରୁ କିଣିବା ବଦଳରେ ସୁନା ଚେନ୍‌ ଲୁଟି ନେଲା ଯୁବକ, ଉଦ୍ଧାର କଲା ଖାରବେଳ ନଗର ଥାନା ପୋଲିସ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଯୁବତୀ ଜଣକ Olx ଜରିଆରେ ସୁନା ଚେନ୍‌ ବିକିିବା ପାଇଁ ଚାହିଁଲେ । ହେଲେ ଘଟଣା ଏମିତି ହେଲା ଯେ OLX ଜରିଆରେ ଆସିଥିବା ଯୁବକ ଚେନ୍‌ କିଣିବାକୁ କହି ଯୁବତୀଙ୍କ ଠାରୁ ଚେନ୍‌ ଲୁଟି ନେଲେ । ଭୁବନେଶ୍ୱର ଖାରବେଳ ନଗର ଥାନା ଅଂଚଳରେ ଘଟିଛି ଏଭଳି ଏକ ଘଟଣା ।
ଗତକାଲି ବାଲୁଗାଁ ଅଞ୍ଚଳର ଜଣେ ଯୁବତୀ ଅଳ୍ପ ଦିନ ତଳେ ନିଜେ କିଣି ଥିବା ସୁନା ଚେନକୁ ୪୫,୦୦୦ ଟଙ୍କାରେ ବିକ୍ରି ପାଇଁ OLXରେ ଆଡଭର୍ଟାଇଜମେଣ୍ଟ ଦେଇଥିଲେ। ୟୁନିଟ୍୪, ଶାସ୍ତ୍ରୀ ନଗରେ ଅଞ୍ଚଳର ସତ୍ୟବ୍ରତ ସାମନ୍ତରାୟ ନାମକ ଯୁବକ ଏହି ବିଜ୍ଞାପନକୁ ଦେଖି ତାଙ୍କ ଠାରୁ ସୁନା ଚେନ୍‌ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ଯୁବତୀଙ୍କୁ ପାୱାର ହାଉସ୍ ଛକ ପାଖକୁ ଡାକି ୪୪,୦୦୦ ଟଙ୍କାରେ ମୂଲଚାଲ୍‌ କଲେ। ଏହା ପରେ ସେହି ଛକ ପାଖ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯିବାର ବାହାନା କଲେ। ତେବେ ସେଠାରେ ଟଙ୍କା ଉଠିଲା ନାହିଁ କହି ଯୁବତୀ ଜଣକୁ ପୁରୁଣା ଏଜି କଲୋନୀ ନିକଟକୁ ନେଇ ଯାଇଥିଲେ । ତେବେ କିଛି ବାଟ ଗଲା ପରେ ଯୁବତୀଙ୍କ ଠାରୁ ସୁନା ଚେନ୍‌କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲା । ଏହି ଘଟଣାଟି ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଯୁବତୀ ଜଣକ ଗତ ରାତିରେ ଖାରବେଳ ନଗର ଥାନା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ତା ଠାରୁ ଚେନ୍‌ ଉଦ୍ଧାର କରି ଯୁବତୀଙ୍କୁ ଫେରାଇ ଦେଇଥିବା ପୋଲିସ୍ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.