ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ବ୍ଯାପକ ନକଲି ମଦ ସହ ଜବତ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ବ୍ଯାପକ ନକଲି ମଦ ସହ ବିଭିନ୍ନ ମଦ କମ୍ପାନୀର ନକଲି କ୍ଯାପ, ଲାଇନ କର୍କ ଓ ଲେବେଲ ଜବତ ହୋଇଛି । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗ ସମ୍ବଲପୁର ମୋଡ଼ିପଡ଼ା ଅଞ୍ଚଳର ଦେଉଳବନ୍ଧ ଅଂଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ବ୍ଯାପକ ମାତ୍ରାରେ ବିଭିନ୍ନ ମଦ କମ୍ପାନୀର ସାମଗ୍ରୀ ଜବତ କରାଯାଇଥିଲା।

ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବାପରେ ପଚରା ଉଚରା କରାଯାଇଥିଲା। ଝାରସୁଗୁଡା ଓ ବରଗଡ଼ରୁ ନକଲି ମଦ ତିଆରି କରି ବେଆଇନ ଭାବେ ବିକ୍ରି କରୁଥିଲେ ଅଭିଯୁକ୍ତ । ଏହି ମଦ ପ୍ରାୟତଃ ଗ୍ରାମାଞ୍ଚଳରେ ଏହି ଅଭିଯୁକ୍ତ ମାନେ ବିକ୍ରି କରୁଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.