Below header

ବାଲେଶ୍ବର: ଶାଳିକୋଠା ଗାଁରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

ଶାଳିକୋଠା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ବାଣ ପ୍ରସ୍ତୁତ କରି ବିକ୍ରି କରିଆସୁଥିଲେ। ଆଗକୁ ଦୀପାବଳି ଥିବାରୁ ବିପୁଳ ପରିମାଣରେ ବାଣ ପ୍ରସ୍ତୁତ କରି ଗଚ୍ଛିତ ରଖା ଯାଇଥିଲା।

କେନ୍ୟୁଜ୍(ବ୍ୟୁରୋ): ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରୁ ଜବତ ହୋଇଛି ବାଣ। ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଥିଲା। ଏଥିରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ସହ ୩ଜଣ ବାଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଶାଳିକୋଠା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ବାଣ ପ୍ରସ୍ତୁତ କରି ବିକ୍ରି କରିଆସୁଥିଲେ। ଆଗକୁ ଦୀପାବଳି ଥିବାରୁ ବିପୁଳ ପରିମାଣରେ ବାଣ ପ୍ରସ୍ତୁତ କରି ଗଚ୍ଛିତ ରଖା ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସର ଏକ ଟିମ ଶାଳିକୋଠା ଗାଁରେ ଚଢଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.