ଆରବିଆଇ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନୋଟ ବଦଳାଉଥିବା ଲୋକଙ୍କୁ କରାଯାଇଛି ପଚରାଉଚରା

EOWର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଛି । ନୋଟ ବଦଳାଉଥିବା ଲୋକଙ୍କୁ କରାଯାଇଛି ପଚରାଉଚରା । ଧାଡ଼ିରେ ଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ ହୋଇଛି । ବ୍ୟାଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ଇଓଡବ୍ଲ୍ୟୁ ଓ ଇଡି ।

କେନ୍ୟୁଜ୍(ବ୍ୟୁରୋ): EOW ପରେ ଇଡି ଟିମ୍ । ଆରବିଆଇ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଛି । ଏହାପୂର୍ବରୁ EOWର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଛି । ନୋଟ ବଦଳାଉଥିବା ଲୋକଙ୍କୁ କରାଯାଇଛି ପଚରାଉଚରା । ଧାଡ଼ିରେ ଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ ହୋଇଛି । ବ୍ୟାଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ଇଓଡବ୍ଲ୍ୟୁ ଓ ଇଡି ।

ଯଦି ତଥ୍ୟ ମାଗନ୍ତି ତାହେଲେ ଦିଆଯିବ ବୋଲି କହିଛନ୍ତି RBI ଆଞ୍ଚଳିକ ନିର୍ଦ୍ଦେଶକ। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.