ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି: ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟ୍ ଗ୍ରହଣ
ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାଆ ଓ ଭାଇଙ୍କ ସହ ଆସି ସରବାହାଲ ବୁଥ୍ରେ ଭୋଟ ଦେଇଛନ୍ତି। ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି।
ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଶାନ୍ତି ଶୃଙ୍ଖଳା ସହ ମତାଦାନ ଜାରି ରହିଛି । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ସେହିପରି ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାଆ ଓ ଭାଇଙ୍କ ସହ ଆସି ସରବାହାଲ ବୁଥ୍ରେ ଭୋଟ ଦେଇଛନ୍ତି। ନିଜେ ଭୋଟ ଦେବା ସହ ଝାରସୁଗୁଡ଼ାବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ କହିଛନ୍ତି। ଝାରସୁଗୁଡ଼ାର ବିକାଶରେ ଆପଣମାନଙ୍କ ଅବଦାନ ରହିବ। ବହୁ ଭୋଟରେ ଜିତିବା ନେଇ ଆଶାବାଦୀ ଥିବା କହିଛନ୍ତି ଦୀପାଳି। ଝାରସୁଗୁଡ଼ବାସୀ ଠିକ୍ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଶା ଥିବା କହିଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି। ତାଙ୍କ ସହ ପତ୍ନୀ ମଧ୍ୟ ସେଠାରେ ଭୋଟ୍ ଦାନ କରିଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି।