Below header

ସମ୍ବଲପୁରରେ ଅଧିକ ସ୍ୱାଭାବିକ ହେଉଛି ସ୍ଥିତି: ଦିନରେ ହଟିଛି କଟକଣା, ନାଇଟ୍‌ କର୍ଫ୍ୟୁ ଜାରି

ସମ୍ବଲପୁରରେ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ଥିତି ଅଧିକ ସ୍ୱାଭାବିକ ହେବାରେ ଲାଗିଛି। ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି। ସହରରେ କିପରି ସଂପୂର୍ଣ୍ଣ ଶାନ୍ତି ଫେରିବା ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।

ପ୍ରଶାସନ ପକ୍ଷରୁ ହେଲ୍‌ପ ଡେସ୍କ ଆରମ୍ଭ କରାଯାଇଛି। ୩ ଜଣ ପ୍ରଶାସନିକ ଅଧିକାରୀ ଏହାର ଦାୟିତ୍ୱରେ ଅଛନ୍ତି। ଆଜି ଦିନ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ଗତକାଲି ୬ଟି ବ୍ଲକରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଇଥିଲା। ଦୀର୍ଘ ୧ ସପ୍ତାହ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.