ବିଜୟ-ଦିଲ୍ଲୀପଙ୍କ ଉପରୁ ହଟିଲା ବିଜେପି ଟ୍ୟାଗ୍‌ ! ତେବେ ସରିନି ପୂରା ପିକ୍‌ଚର, ଆଗକୁ ଗତି କୁଆଡେ ?

ଭୁବନେଶ୍ବର : ବିଜୟ ଓ ଦିଲ୍ଲୀପଙ୍କ ପଛରୁ ହଟିଲା ବିଜେପି ଟ୍ୟାଗ୍‌ । ନୂଆ ଦଳ ଗଠନ କରିବେ କି ଦୁଇ ନେତା ? ନା ଅଲଗା ଦଳରେ ସାମିଲ ହେବେ ? ବିଜେଡିରେ ସାମିଲ ହେବେ କି ? ଏମିତି କିଛି ଚର୍ଚ୍ଚା ଆରମ୍ଭ ହୋଇଛି। ନିର୍ବାଚନ ମୁଣ୍ଡ ଉପରେ, ଆଉ ଏକ ନୂଆ ଦଳ ଗଢିବା ସମ୍ଭାବନା କମ୍‌ ବୋଲି କୁହାଯାଉଛି। ତେଣୁ ବିଜେଡି ଆଡ଼େ ଯିବା ନେଇ ଚର୍ଚ୍ଚା ହେଉଛି। ଖୋରାକ୍‌ ଯୋଗାଉଛି ଉଭୟ ନେତା ଇସ୍ତଫା ପଛରେ ଦର୍ଶାଇଥିବା କାରଣ। ମହାନଦୀ, ଆଇଓସିଏଲରେ ଓଡିଆଙ୍କ ନିଯୁକ୍ତି, ବ୍ରାହ୍ଣଣୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଆଦି ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛି। ସେହି ସମାନ ପ୍ରସଙ୍ଗ ଦର୍ଶାଇ ଇସ୍ତଫା ଦେଇଛନ୍ତି ବିଜୟ ଓ ଦିଲ୍ଲୀପ। ଫଳରେ ବିଜେଡିକୁ ପୁଣି ଥରେ ଫେରିବା ନେଇ ଜୋର ଧରିଛି ଚର୍ଚ୍ଚା ।

ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ବେଳେ ଏହି ଦୁଇ ହେଭିୱେଟ ନେତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ସମୟକ୍ରମେ ଏହି ଦୁଇ ନେତା ଦଳଠାରୁ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ଘର ବାହୁଡା ହେବ କି? ପୂର୍ବରୁ ମୁଖ୍ୟମନ୍ତ୍ରୀ ବୟାନ ଦେଇଥିଲେ, କେସ୍‌ ଟୁ କେସ୍‌ ବିଚାରକୁ ନେଇ ଦଳ ବାହାରେ ଥିବା ବିଜୁ ପ୍ରେମୀଙ୍କୁ ଫେରାଇ ଅଣାଯିବ। ଏବେ ସେହି କେସ ଟୁ କେସ ପ୍ରସଙ୍ଗରେ ଦୁଇ ନେତାଙ୍କ କଥାକୁ ବିଚାରକୁ ନେବେ କି ବିଜେଡି ସୁପ୍ରିମୋ।

କିଛି ଦିନ ହେଲା ବିଜୟ ଓ ଦିଲ୍ଲୀପଙ୍କୁ ନେଇ ଯେଉଁ ସସପେନ୍ସ ଜାରି ରହିଥିଲା ତାହା ଉପରୁ ଅଧା ପରଦା ହଟିଛି। କିନ୍ତୁ ପିକ୍‌ଚର ସଂପୂର୍ଣ୍ଣ ସରିନି। ଆହୁରି ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.