ଶୁଭାରମ୍ଭ ହୋଇଛି ପାର୍ବତୀ ଗିରି ବୃହତ୍‌ ଉଠା ଜଳ ସେଚନ ଯୋଜନା

ଭୁବନେଶ୍ବର(କେନ୍ଯୁଜ୍) :ଚାଷୀର ଦୁଃଖ ଘୁଞ୍ଚିବ । ଉଚ୍ଚ ସ୍ଥାନରେ ଥିବା ଚାଷ ଜମିରେ ପାଣି ମାଡ଼ିବ । ହସିବ ସୁନାର ଫସଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୪୧ଟି ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି । ଏହାଦ୍ୱାରା ୫୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ । ୨୦୧୯ ସୁଦ୍ଧା ୧୦ ଲକ୍ଷ ଚାଷ ଜମିକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସମସ୍ୟା ଦୂର କରିବା ସରକାରଙ୍କ ପ୍ରାଥମିକତା ।

ପାଣି ଅଭାବରୁ ଚାଷୀର ଫସଲ ନଷ୍ଟ ହେବ ନାହିଁ । ଦୂର ହେବ ମରୁଡ଼ି ସ୍ଥିତି । ଉଚ୍ଚ ସ୍ଥାନରେ ଥିବା ଚାଷ ଜମିକୁ ବି ପାଣି ମାଡ଼ିବ । ଏଭଳି ଲକ୍ଷ୍ୟ ନେଇ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଭିଡିଓ କନଫରେନ୍ସିଂରେ ୯ଟି ଜିଲ୍ଲା ଗଜପତି, କଳାହାଣ୍ଡି,ନବରଙ୍ଗପୁର,ବରଗଡ଼, ବଲାଙ୍ଗିର, ଝାରସଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ସୁବର୍ଣ୍ଣପୁର ପାଇଁ ୪୧ଟି ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି । ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ ୫୦ ହଜାର ହେକ୍ଟର ଚାଷ ଜମି । ଉପକୃତ ହେବେ ୧୪ଟି ବ୍ଲକ ଅନ୍ତର୍ଗତ ୩୯୧ଟି ଗାଁ ଲୋକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ୨୦୧୯ ସୁଦ୍ଧା ବାକି ୩ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା କରାଯିବ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଧନ୍ୟବାଦ ଜଣାଇତିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ।  ୨ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ୮୦ଟି ପ୍ରକଳ୍ପ ଆରମ୍ଭ ହେବ । ଏକ ଲକ୍ଷ ହେକ୍ଟର ଜମିକୁ ପାଣି ମାଡ଼ିବ ବୋଲି ଜଳ ସମ୍ପଦ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.