Below header

ପ୍ରେଣ୍ଡସିପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିତିଲା ଅଫିସର୍ସ ଇଲେଭେନ

ଭୁବନେଶ୍ବର(କେନ୍ଯୁଜ୍) : ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଫିସର୍ସ ଇଲେଭେନ ବିଜୟୀ । ଟାଟାଷ୍ଟିଲ୍ ଇଲେଭେନକୁ ୧-୦ରେ ହରାଇଛି । ଆଜି ଟାଟା ଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ । ଏଥିରେ ୪ଟି ଦଳ ଭାଗ ନେଇଥିଲେ । ଅଫିସର୍ସ ଇଲେଭେନ୍, ମିଡିଆ ଇଲେଭେନ୍, ଟାଟା ଷ୍ଟିଲ୍ ଇଲେଭେନ୍ ଓ ଲିଡରର୍ସ ଇଲେଭେନ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା ।

ପ୍ରଥମ ମ୍ୟାଚ୍ ଲିଡର୍ସ ୧୧କୁ ହରାଇ ବିଜୟୀ ହୋଇଥିଲା ଅଫିସର୍ସ ଇଲେଭେନ୍ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ମିଡିଆ ଇଲେଭେନ୍କୁ ହରାଇଥିଲା ଟାଟା ଷ୍ଟିଲ୍ ଇଲେଭେନ୍ । ଅଫିସର୍ସ ଇଲେଭେନ୍ ଓ ଟାଟା ଷ୍ଟିଲ୍ ଇଲେଭେନ୍ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ଫ୍ରେଣ୍ଡସିପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉଦ୍ଘାଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.