୨୦ ଜଣ ଭୂତଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ସାରିଛନ୍ତି ଏହି ମହିଳା, ଏବେ ପିଲା ଜନ୍ମ କରିବାକୁ କରୁଛନ୍ତି ଚିନ୍ତା

ଆପଣ ମାନନ୍ତୁ କି ନାହିଁ କିନ୍ତୁ ଦୁନିଆରେ ସମସ୍ତ ଶକ୍ତି ବାଦ ରହିଛି ଏକ ଭିନ୍ନ ପ୍ରକାରର ଅସଧାରଣ ଶକ୍ତି। ଇଂଲଣ୍ଡର ବ୍ରିଷ୍ଟଲରେ ରହୁଥିବା ଜଣେ ମହିଳା ନିକଟରେ ଏପରି ଏକ ଘଟଣା ବିଷୟରେ କହିଛନ୍ତି ଯାହାକୁ ସହଜରେ ଆପଣ ବିଶ୍ବାସ କରିପାରିବେ ନାହିଁ। ମହିଳାଙ୍କ ପ୍ରେମ କାହାଣୀ କୌଣସି ସାଧାରଣ ପ୍ରେମ କାହାଣୀ ନୁହଁ। ୩୦ ବର୍ଷର ଆମିଥେଷ୍ଟ ରିଅମ ନାମକ ମହିଳାଙ୍କ କହିବା ଅନୁଯାୟୀ ସେ ଜଣେ ଭୂତଙ୍କ ସହ ବହୁଦିନ ହେବ ପ୍ରେମ ସଂପର୍କରେ ରହିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସହ ପିଲା ଜନ୍ମ କରିବାକୁ ଚିନ୍ତା କରୁଛନ୍ତି।

ghost

ୟୁକେର ଡ଼େଲି ମେଲ ୱେବସାଇଟ ଅନୁଯାୟୀ, ମହିଳା ପେଶାରେ ଜଣେ କାଉନସିଲର। ଯିଏ ଭୂତଙ୍କ ସହ ଜଡ଼ିତ ମାମଲାକୁ ନେଇ ଲୋକଙ୍କୁ କାଉସିଲ କରିଥାନ୍ତି। ଏହି ମହିଳାଙ୍କ ଅନୁଯାୟୀ ସେ ବିଗତ ୧୦ ବର୍ଷ ମଧ୍ୟରେ ୨୦ଜଣ ଭୂତଙ୍କ ସହ ଶରୀରିକ ସମ୍ବନ୍ଧ ରଖିସାରିଛନ୍ତି। ଆଇଟିବିର ଚାଟ ସୋ ‘ଡ଼ିସ୍ ମନିଂ’ରେ ସେ କହିଛନ୍ତି ଏବେ କିଛି ଦିନ ହେବ ସେ ଏକ ଅଷ୍ଟ୍ରୋଲିଆନ୍ ଭୂତ ସହ ପ୍ରେମ ସଂପର୍କରେ ରହିଛନ୍ତି। ତାଙ୍କର ଏହି ଭୂତଙ୍କ ସହ ଛଅ ମାସ ଆଗରୁ ଅଷ୍ଟ୍ରେଲିଆର ଗଛଲତା ମଧ୍ୟରେ ଯାଉଥିବା ସମୟରେ ତାଙ୍କୁ ଏକ ଅସାଧାରଣ ଉର୍ଜା ଅନୁଭୂତ ହୋଇଥିଲା। ସେ ତାକୁ ଦେଖିପାରୁ ନଥିଲେ କିନ୍ତୁ ଅନୁଭବ କରି ପାରୁଥିଲି। ସେ ତାଙ୍କ ସହ ୟୁକେ ପଳାଇଆସିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ଦୁହେଁ ତାଙ୍କ ସମ୍ବନ୍ଧକୁ ନେଇ ବହୁତ ଗମ୍ଭୀର ଏବଂ ବର୍ତ୍ତମାନ ଛୁଅ ଜନ୍ମ କରିବାର ଚିନ୍ତା କରୁଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ଫେଣ୍ଟମ୍ ପ୍ରେଗନେସି ଥିଓରୀ ଅନୁଯାୟୀ ଏହା ସମ୍ଭବପର।

ghost 1

ମହିଳା ଏହି ଇଣ୍ଟରଭ୍ଯୁରେ କହିଛନ୍ତି, ଦଶ ବର୍ଷ ପୂର୍ବେ ସେ ତାଙ୍କ ଭାବିସ୍ବାମୀଙ୍କ ସହ ଗୋଟିଏ ଘରେ ସିଫ୍ଟ ହୋଇଥିଲେ। ଯେତେବେଳେ ସେ ଘରେ ଏକୁଟିଆ ରହୁଥିଲେ ସେ ଭୂତଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରୁଥିଲେ। ତାଙ୍କ ଭାବିସ୍ବାମୀଙ୍କୁ ଯେତେବେଳେ ଏହା ବିଷୟରେ ଜଣାପଡ଼ିଲା ସେ ସଂପର୍କ ଭାଙ୍ଗି ଦେଇଥିଲେ। ଏହାପରେ ମଧ୍ୟ ତିନି ବର୍ଷ ପର୍ଯ୍ଯନ୍ତ ମହିଳା ଜଣଙ୍କ ଭୂତଙ୍କ ସହ ସମ୍ବନ୍ଧ ରଖିଥିଲେ।

ନିଶ୍ଚିତ ପଢ଼ନ୍ତୁ: ଏହି ଦିନ ଖୋଲିଥାଏ ନର୍କର ଦ୍ବାର, ପ୍ରତିଶୋଧ ନେବା ପାଇଁ ପୃଥିବୀକୁ ଫେରିଥାନ୍ତି ଆତ୍ମା

ଲଣ୍ଡନସ୍ଥିତ ଗୋଲ୍ଡସ୍ମିଥ କଲେଜର ମନୋବିଜ୍ଞାନ ପ୍ରଫେସର ଖ୍ରୀଷ୍ଟୋଫର ଫ୍ରେଞ୍ଚ କହିଛନ୍ତି, ମହିଳାଙ୍କୁ କୌଣସି ପ୍ରକାରର ମାନସିକ ରୋଗ ନାହିଁ। ଯଦି ତାଙ୍କୁ କିଛି ଅସାଧାରଣ ଶକ୍ତିର ଅନୁଭବ ହେଉଛି ତେବେ ଅର୍ଥ ନୁହଁକି ସେ ରୋଗଗ୍ରସ୍ତ। ଯଦି କୌଣସି ବ୍ଯକ୍ତି ଚିନ୍ତିତ କିମ୍ବା ଥକାପଣ ଅନୁଭବ କରୁଛନ୍ତି ତାଙ୍କୁ ଏପରି ଭ୍ରମ ହୋଇପାରେ। ମହିଳାଙ୍କୁ ଯେଉଁଭାବେ ଅନୁଭବ ହେଉଛି ତାହା ଦୁନିଆରେ ୧୦-୪୦ ପ୍ରତିଶତ ବ୍ଯକ୍ତିଙ୍କୁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.