ଗଜପତି ଜିଲ୍ଲାରେ ୭ଲକ୍ଷ ଟଙ୍କାର ନକଲି ସୁନା ଇଟା ଜବତ, ତିନି ଯୁବକ ଗିରଫ

ମୋହନା (କେନ୍ଯୁଜ୍) : ନକଲି ସୁନା ଇଟା ଜବତ । କାରବାର ଅଭିଯୋଗରେ ତିନି ଜଣ ଯୁବକଙ୍କ ଗିରଫ କରିଛି ଗଜପତି ଜିଲ୍ଲା ଆର . ଉଦୟଗିରି ପୋଲିସ । ଗିରଫ ଯୁବକମାନେ ଗଜପତି ଜିଲ୍ଲା ଟିକାମାଳ ଗ୍ରାମର ବୋଲି ଜଣାପଡିଛି । ରାକେଟର ମାଷ୍ଟର ମାଇଣ୍ଡ ଟିକାମାଳ ଗ୍ରାମର ପ୍ରବୋଧ ପ୍ରଧାନ ଏବଂ ତାର ଦୁଇଜଣ ସହଯୋଗୀ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଡାମାରୀ ଗ୍ରାମର ପ୍ରଫୁଲ୍ଲ ବୈଠାରଙ୍କୁ ଏକ ତମ୍ଭା ଇଟା ଦେଇ ସାତଲକ୍ଷ ଟଙ୍କା ଠକି ନେଇଥିଲେ ।

ଏନେଇ ପ୍ରଫୁଲ୍ଲ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ମୋବାଇଲ, ଦୁଇଲକ୍ଷ ଟଙ୍କା, ଏବଂ ଠକେଇରେ ବ୍ଯବହ୍ରୁତ ଇଟାକୁ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଆଗାମୀ ଦିନରେ ଜିଲ୍ଲାରେ ଚାଲୁ ରହିଥିବା ଏହି ରାକେଟକୁ ମୁଳୋତ୍ପାଟନ କରାଯିବ ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.