Below header

ଭାରତର ରାସ୍ତା ହେବ କମ ଶବ୍ଦ ବିଶିଷ୍ଟ, ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ଯୋଜନା

ଭାରତର ରାସ୍ତା ଖୁବ ଶୀଘ୍ର କମ ଶବ୍ଦ ବିଶିଷ୍ଟ ହେବାକୁ ଯାଉଛି। ସରକାର ଗାଡ଼ି ହର୍ନ ଦ୍ବାରା ହେଉଥିବା ଶବ୍ଦକୁ କମ କରି ୧୦୦ ଡ଼େସିବଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏବେ ଯାନବାହନ ପାଇଁ ହର୍ନ ଶବ୍ଦର ରେଞ୍ଜ ୯୩-୧୧୨ ଡ଼େସିବଲ ରହିଛି। ଯାହାକୁ ୧୦ ପ୍ରତିଶତ କମ କରାଯିବା ନେଇ ସୂଚନା ରହିଛି। ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଦାମଲେ କହିଛନ୍ତି, ଆମେ ବର୍ତ୍ତମାନ ଥିବା ହର୍ନର ରେଞ୍ଜକୁ କମ କରି ୮୮-୧୦୦ ଡ଼େସିବଲ କରିବାକୁ ଯୋଜନା କରୁଛନ୍ତି।

horn

ଏଥିସହ ଦାମଲେ କହିଛନ୍ତି, ଏହି ପଦକ୍ଷେପ ଏଥିପାଇଁ ଉଠାଯାଉଛି କାରଣ ଭାରତରେ ସହର ମାନଙ୍କରେ ଧ୍ବନୀ ପ୍ରଦୂଷଣ ବହୁତ ଅଧିକ ହେଉଛି। ଏଣୁ ଏହି କାରଣରୁ ଶ୍ରବଣ ସମସ୍ଯା ଦେଖିବାକୁ ମିଳୁଛି। ଅନେକ ବ୍ଯକ୍ତି ଖରାବ କାନ ପରଦା ହେବାର ଅଭିଯୋଗ ମଧ୍ୟ କରୁଛନ୍ତି। ଏଣୁ ମନ୍ତ୍ରାଳୟ ଅଟୋମୋବାଇଲ କମ୍ପାନି ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମେନୁଫ୍ଯାକଚରିଂ ସହିତ ଏହି ପ୍ରସ୍ଥାବ ବିଷୟରେ ଖୁବ ଶୀଘ୍ର କଥାବାର୍ତ୍ତା ହେବାକୁ ଯାଉଛି।

ଦେଖିବାକୁ ଗଲେ ଗୋଟିଏ ପଟେ ସରକାରଙ୍କ ପାଇଁ ହର୍ନ ବହୁତ ବଡ଼ ଚିନ୍ତା ରହି୍ଥିବା ବେଳେ ଲୋକଙ୍କ ଦ୍ବରା ଯାନବାହନରେ ଲଗାଯାଉଥିବା ମଲ୍ଟିଟୋନ ହର୍ନ ଏକ ବହୁତ ବଡ଼ ଅସୁବିଧା ଭାବେ ପରିଣତ ହୋଇଛି। ଏଣୁ ଏବେ ସରକାର ହର୍ନର ଡ଼େସିବଲ ବିଷୟରେ ଏକ ବଡ଼ ପଦକ୍ଷେପ ନେବା ପାଇଁ ଯୋଜନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.