Below header

ନବରଙ୍ଗପୁର : ଋଣ ବୋଝ ନେଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର (କେନ୍ଯୁଜ୍) : ଋଣ ବୋଝ ନେଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଆଉଁଳିଗୁମ୍ମା ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ହେଲେ ପଦ୍ମା ମୁଦୁଲି । ଗତ ୮ମାସ ପୂର୍ବରୁ ଏକ ଏସଏନଜି କରି ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ୧୦ଜଣ ମହିଳା ୩ ଲକ୍ଷ ଟଙ୍କା ଋଣ ନେଇଥିଲେ । ପଦ୍ମା ୩୦ହଜାର ଟଙ୍କା ଋଣ କରି ଚାଷରେ ଲଗାଇଥିଲେ । ତେବେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ପ୍ରତି ମାସରେ କିସ୍ତି ଦେବା ପାଇଁ ଚାପ ପକାଉଥିଲେ । ତେଣୁ ମାନସିକ ଚାପଗ୍ରସ୍ତ ହୋଇ ପଦ୍ମା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.