Below header

ରାଜ୍ୟର ତିନି ମେଡିକାଲ କଲେଜରେ ବଢ଼ିଲା ସିଟ ସଂଖ୍ୟା, ଜାଣନ୍ତୁ କେଉଁଠି ଏବଂ କେତେ

ରାଜ୍ୟର ତିନି ମେଡିକାଲ କଲେଜରେ ବଢ଼ିଲା ସିଟ୍ । ମୋଟ ଶହେଟି ଏମବିବିଏସ ସିଟ୍ ବଢ଼ିଛି । ବୁର୍ଲା ଭିମସାରରେ ୫୦ଟି ଏମବିଏସ ସିଟ୍ ବୃଦ୍ଧି ପାଇଛି । ଫଳରେ ଭିମସାରରେ ଏମବିବିଏସ ସିଟ୍ ୧୫୦ରୁ ବୃଦ୍ଧି ପାଇ ୨୦୦ ହୋଇଛି । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ସିଟ୍ ବୃଦ୍ଧି ପାଇଛି । ଏଠାରେ ଏମବିବିଏସ ସିଟ୍ ୧୦୦ଟି ଥିବା ବେଳେ ୧୨୫ ହୋଇଛି ।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ମେଡିକାଲ କଲେଜରେ ୨୫ ସିଟ୍ ବୃଦ୍ଧି ପାଇଛି । ଏଠାରେ ୧୦୦ଟି ଏମବିବିଏସ ସିଟ ଥିବା ବେଳେ ତାହା ୧୨୫କୁ ବଢ଼ିଛି । ରାଜ୍ୟରେ ତିନି ମେଡିକାଲ କଲେଜ ନାମଲେଖାରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗ-ଇଡବ୍ଲୁଏସଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ସେହିପରି ପୂର୍ବରୁ ଥିବା ଅନ୍ୟ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କାଏମ ରହିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.