Below header

କମିଶନରେଟ ପୋଲିସ ହାତରେ ଭାଇ ଭାଇ ଗ୍ୟାଙ୍ଗ, ଟ୍ଵିନସିଟିରେ ଆଦାୟ କରୁଥିଲେ ଦାଦାବଟି

କମିଶନରେଟ ପୋଲିସ ହାତରେ ଭାଇ ଭାଇ ଗ୍ୟାଙ୍ଗ । ୩ ବର୍ଷ ଧରି କମିଶନରେଟ ପୋଲିସ ଆଖିରେ ଧୂଳି ଦେଇ ଟ୍ଵିନସିଟିରେ ଦାଦାବଟି ଆଦାୟ କରିବା ସହ ବଟି ନଦେଲେ ଅପହରଣ କରିନେଉଥିଲେ । ଗତ ମାର୍ଚ୍ଚ ମାସ ଖଟାମିଠା କମ୍ପାନୀର ସିକ୍ୟୁରିଟି ଗାର୍ଡ ଗୁଳିକାଣ୍ଡ ଘଟଣାର ଖୋଳତାଡ ବେଳେ ଏହି ଗ୍ୟାଙ୍ଗକୁ କାବୁ କରିଛି ପୋଲିସ ।

ରାଜଧାନୀରେ ଭାଇ ଭାଇ ଗ୍ୟାଙ୍ଗ । ଘରର ସୌଖିନ ଜିନିଷ କିଣିବା ପାଇଁ ମାଗୁଥିଲେ ଦାଦାବଟି । ବଟି ନଦେଲେ ଅପହରଣ କରିବା ଓ ଗୁଳି କରିବାକୁ ବି ପଛାଉ ନଥିଲେ । ମାର୍ଚ୍ଚ ୧୬, ୨୦୧୯ । ସ୍ଥାନ ଟଙ୍କପାଣି ରୋଡ୍, ଖଟାମିଠା କମ୍ପାନୀ । ସମୟ ଭୋର ୪ଟା । କମ୍ପାନୀର ସୁରକ୍ଷା କର୍ମୀଙ୍କୁ ବାଇକ୍ରେ ଆସି ଗୁଳି କରି ଫେରାର୍ ହୋଇଯାଇଥିଲେ ଦୃର୍ବୃତ୍ତ । ତିନିମାସ ପରେ ଏବେ ପୋଲିସ କବଜାରେ । ୨୦୧୭ ରୁ ଏହି ଗ୍ୟାଙ୍ଗ ଟ୍ଵିନସିଟିରେ ସକ୍ରିୟ ଥିଲା ।

ଗିରଫ ଅଭିଯୁକ୍ତଙ୍କ ଘର କଟକ ଜିଲ୍ଲାରେ । ଗ୍ୟାଙ୍ଗର ମୁଖ୍ୟ ଥିଲା ବୁଲୁ ଓରଫ୍ ପ୍ରଭାଷ ଜେନା । ବଟି ଟଙ୍କାକୁ ନେଇ ସମସ୍ତେ ଘର ପାଇଁ ଏସି, ଟିଭି ଓ ଫ୍ରିଜ କିଣୁଥିଲେ ତ, ଅଉ କେହି ଘର ତିଆରି କରୁଥିଲେ । ପଚରାଉଚରା ପରେ ସେମାନଙ୍କ ପାଖରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ଘରୋଇ ଆସବାବପତ୍ର ଜବତ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ବୁଲୁ ପାଖରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗ ନାଁରେ ଆଉ କେଉଁଠି ମାମଲା ରହିଛି ? ଏହା କେବଳ ଟ୍ଵିନ୍ସିଟିରେ ସିମିତ ନା, ଅନ୍ୟାନ୍ୟ ଜିଲ୍ଲାରେ ଚଳାଇଥିଲେ କାରବାର । ସେନେଇ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.