Below header

“୭୦ ବର୍ଷ ବେମାରୀକୁ ୫ ବର୍ଷରେ ଠିକ୍ କରିବା ଖୁବ୍ କଠିନ ଥିଲା” ନରେନ୍ଦ୍ର ମୋଦି

୭୦ ବର୍ଷ ବେମାରୀକୁ ୫ ବର୍ଷରେ ଠିକ୍ କରିବା ଖୁବ୍ କଠିନ ଥିଲା। କିନ୍ତୁ ଲକ୍ଷ୍ୟପଥରୁ ହଟି ନଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯାହାର କେହି ନାହାନ୍ତି, ସେମାନଙ୍କ ପାଇଁ ସରକାର ଅଛନ୍ତି। ସୁରକ୍ଷିତ, ସଶକ୍ତ ଓ ଅନ୍ତର୍ଭୁକ୍ତୀକରଣ ଭାରତ ଆମର ଲକ୍ଷ୍ୟ। ଦୀର୍ଘ ଦଶନ୍ଧି ପରେ ଭାରତରେ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳିଛି। ନିଜ ଅଭିଭାଷଣରେ ପରୋକ୍ଷରେ କଂଗ୍ରେସ ଓ ଗାନ୍ଧି ପରିବାରକୁ ସମାଲୋଚନା ବି କରିଥିଲେ ମୋଦି।

modi

ପ୍ରଧାନମନ୍ତ୍ରୀ କହିଥିଲେ, କ୍ଷମତା ଜାବୁଡ଼ି ଧରିବାକୁ ଦେଶକୁ ଜେଲଖାନା କରି ଦେଇଥିଲେ। କାହାର ଯୋଗଦାନକୁ ବିଜେପି ସରକାର କେବେ ଅଣଦେଖା କରି ନାହାନ୍ତି। କିନ୍ତୁ ୨୦୦୪ରୁ ୨୦୧୪ ମଧ୍ୟରେ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କି ନରସିଂହ ରାଓ ସରକାରଙ୍କୁ ତାରିଫ କରି ନାହାନ୍ତି। ୧୯୭୫ ଜୁନ୍ ୨୫ ତାରିଖରେ ସମ୍ବିଧାନ ଉପରେ ହୋଇଥିବା ଆକ୍ରମଣକୁ କେହି କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ନିଜ ଅଭିଭାଷଣରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସହରାଞ୍ଚଳ ବିକାଶ, ଚାଷ ଆଦି ପ୍ରସଙ୍ଗରେ ଫୋକସ କରିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ନେଇଥିଲେ। ସେ କହିଥିଲେ, ପ୍ରତାପ ଷଡ଼ଙ୍ଗୀ ଓ ମହାରାଷ୍ଟ୍ର ନାନ୍ଦୁରବାର ସାଂସଦ ହୀନା ଗାଭିଟ୍ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଉପଲବ୍ଧିକୁ ସଂସଦରେ ବିସ୍ତତ ଭାବରେ କହିଥିଲେ। ପ୍ରତାପ ଓ ହୀନାଙ୍କ ଅଭିଭାଷଣ ପରେ ତାଙ୍କ ପାଖରେ ଆଉ କିଛି କହିବାକୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.