Below header

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲା, ଏପରି ପ୍ରତିକ୍ରିୟା ରଖିଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲା । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା । ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛୁ । ଓଟିଭି ଏମଡିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛୁ । ଅଭିଯୋଗକାରିଣୀ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ରିପୋର୍ଟ ମଗାଯାଇଥିଲା ।

ମିଳିଥିବା ରିପୋର୍ଟକୁ ଯାଞ୍ଚ କରାଯିବ । ତଦନ୍ତରେ ଆବଶ୍ୟକ ପଡିଲେ, ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଡକାଯିବ । ଡିସିପି ଦେଇଥିବା ରିପୋର୍ଟ ଅନୁସାରେ ଏବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେଣୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ରିପୋର୍ଟ ମଗାଯିବ । ତଦନ୍ତ କାହିଁକି ବିଳମ୍ବ ହେଉଛି, କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମଗାଯିବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ପ୍ରତିକ୍ରିୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.