Below header

ପାକ୍‌ ସାଂସଦ ଅୟାଜ୍‌ ସାଦିକଙ୍କୁ ଦେଶଦ୍ରୋହୀ ଘୋଷିତ କରିବାକୁ ଚାଲିଛି ଯୋଜନା, ଅଭିନନ୍ଦନଙ୍କୁ ନେଇ ଖୋଲିଦେଇଥିଲେ ଇମରାନ୍‌ ସରକାରଙ୍କ ଗୁମର

ଇଣ୍ଡିଆନ୍‌ ଏୟାରଫୋର୍ସର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିବା ମାମଲାର ଗୁମର ଖୋଲିଥିବା ପାକିସ୍ତାନ ନେତା ଅୟାଜ ସାଦିକଙ୍କ ଉପରେ ବିପଦ ବଢ଼ିବାରେ ଲାଗିଛି। ଇମ୍‌ରାନ୍‌ ସରକାର ଏବେ ସାଦିକଙ୍କୁ ଏହି ଅପରାଧ ପାଇଁ ବଡ଼ଦଣ୍ଡ ଦେବାକୁ ଯାଉଛନ୍ତି।

ଏନେଇ ପୂର୍ବରୁ ଇମ୍‌ରାନ୍‌ ସରକାରଙ୍କ ସୂଚନା ମନ୍ତ୍ରୀ ଶିବଲୀ ଫରାଜ କହିଥିଲେ ଯେ ଅୟାଜଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଶନିବାର ପାକିସ୍ତାନର ଗୃହମନ୍ତ୍ରୀ ବ୍ରିଗେଡିୟର ଇଜାଜ୍‌ ଶାହ କହିଛନ୍ତି ସରକାରଙ୍କ ନିକଟକୁ ଏଭଳି ପିଟିସନ୍‌ ଆସିଛି ଯେଉଁଥିରେ ଅୟାଜଙ୍କ ବିରୋଧରେ ସମ୍ବିଧାନର ଧାରା-୬ ଅନୁସାରେ ଦେଶଦ୍ରୋହୀ ଭାବେ ମକଦ୍ଦମା ଚଳାଇବାକୁ ଦାବି ହୋଇଛି। ସେ କହିଛନ୍ତି ବର୍ତ୍ତମାନ ଏହି ପିଟିସନ୍‌କୁ ବିଧି ବିଭାଗ ନିକଟକୁ ପଠାଯାଇଛି ଓ ସମୀକ୍ଷା କରାଯାଉଛି।

abhinandan

ପ୍ରକାଶ ଯେ ଅୟାଜ ସଂସଦରେ ନିଜ ଭାଷଣରେ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ ଭାରତୀୟ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ବିଷୟରେ କ’ଣ କଥା ହେଉଛନ୍ତି। ଶାହ ମହମୁଦ କ୍ୟୁରେସୀ ଓ ଆର୍ମି ଚିଫ୍‌ ଉକ୍ତ ମିଟିଂରେ ଥିଲେ। ଅଭିନନ୍ଦନକୁ ଫେରାଇ ଦେବାକୁ କ୍ୟୁରେସୀ ଅନୁରୋଧ କହିଥିଲେ। ଏମିତି କି ସେ ଭଗବାନଙ୍କ ରାଣ ପକାଇବାକୁ ବି ପଛାଇ ନଥିଲେ। ସେ କହିଥିଲେ ଭାରତ ରାତି ୯ଟାରେ ଆକ୍ରମଣ କରିବାକୁ ଯାଉଛି। ଏହି ବୈଠକକୁ ଆସିବାକୁ ଇମରାନ୍‌ ଖାନ୍‌ ମଧ୍ୟ ରୋକ୍‌ଠୋକ୍‌ ମନା କରି ଦେଇଥିଲେ ବୋଲି ଅୟାଜ୍‌ କହିଥିଲେ।

ସୂଚନାଯୋଗ୍ୟ ଯେ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଦୁଃସାହସର ଜବାବ ଦେବା ଅବସରରେ ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡରର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନର ଏଫ୍‌-୧୬ ବିମାନକୁ ଆକ୍ରମଣ କରି ଧ୍ୱଂସ କରି ଦେଇଥିଲେ। ଏହି ସମୟରେ ଅଭିନନ୍ଦନଙ୍କ ନିଜ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇ ପାକିସ୍ତାନ ସୀମା ଭିତରେ ଖସିପଡ଼ିଥିଲା। ପରେ ଅଭିନନ୍ଦନଙ୍କୁ ନିଜ ହେପାଜତକୁ ନେଇଯାଇଥିଲା ପାକ୍‌। ମାତ୍ର ଭାରତର ଚାପ ଓ ଆକ୍ରମଣ ଭୟରେ ପାକିସ୍ତାନ ଅଭିନନ୍ଦନକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା। ୫୬ ଘଣ୍ଟା ଭିତରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେଇଥିଲା ପାକିସ୍ତାନ। ପାକ୍‌ ସାଂସଦ ଏବେ ଏହାର ସତ୍ୟତା କହି ଦେଇଥିବାରୁ ଇମରାନ ସରକାର ତାତିଛନ୍ତି।

Abhinandan2

ଅଭିନନ୍ଦନଙ୍କ ମାମଲାରେ ପାକ୍‌ର ଭିତରିକଥା ସର୍ବ ସମ୍ମୁଖରେ କହିବା ପରେ ଏବେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଅୟାଜଙ୍କ ଫଟୋରେ ଅଭିନନ୍ଦନଙ୍କ ନିଶ ଲଗା ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଅୟାଜ୍‌ ଭାରତ ସହ ମିଶି ପାକ୍‌ ସହ ବିଶ୍ୱାସଘାତକତା କରିଥିବାରୁ ତାଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.