୧୦ ବର୍ଷର ରେକର୍ଡ ଭାଙ୍ଗିଲା ଆଳୁ ଦର, ଜାଣନ୍ତୁ ଦାମ୍‌ ବଢ଼ିବାର ପ୍ରକୃତ କାରଣ

ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଆଳୁ ଦର। ଶୀତଳ ଭଣ୍ଡାରରେ ଆଳୁ ମହଜୁଦ ଥିଲେ ବି ଦାମ୍‌ କମିବାର ନାଁ ଧରୁନି। ମୋଦି ସରକାର ଆଳୁର ଘରୋଇ ସପ୍ଲାଏ ବଢ଼ାଇବା ଓ ଦରକୁ ଆୟତ୍ତ କରିବାକୁ ଭୁଟାନ୍‌ରୁ ୩୦,୦୦୦ ଟନ୍‌ ଆଳୁ ଆମଦାନୀ କରିବାକୁ ଯାଉଛନ୍ତି। ଏହା ସତ୍ତ୍ୱେ ଦେଶର ଅଧିକାଂଶ ସହରରେ ଆଳୁ କିଲୋଗ୍ରାମ୍‌ ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି।

ଉପଭୋକ୍ତା ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ ସାରା ଦେଶରେ ୩୧ ଅକ୍ଟୋବରରେ ଆଳୁର ଦାମ୍‌ କିଲୋପ୍ରତି ୩୦ରୁ ୬୦ ଟଙ୍କା ରହିଥିଲା। ସେହିପରି ପିଆଜ ଦର ମଧ୍ୟ ୩୫ରୁ ୯୫ ଟଙ୍କା ଓ ଟମାଟେ କିଲୋ ୧୦ରୁ ୮୦ ଟଙ୍କା ଥିବା ଜଣାଯାଇଛି।

ଦରଦାମ୍‌ ବୃଦ୍ଧିର ପ୍ରକୃତ କାରଣ:

  • ସରକାରୀ ତଥ୍ୟ ମୁତାବକ ଅକ୍ଟୋବରରେ ଆଳୁର ଦାମ୍‌ କିଲୋପ୍ରତି ୩୯.୩୦ ଟଙ୍କା ଥିଲା। ଏହି ଦାମ୍‌ ଗତ ୧୩୦ ମାସରେ ସବୁଠୁ ଅଧିକ।
  • ଆଳୁ ଦାମ୍‌ ପ୍ରାୟତଃ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଅଧିକ ରହିଛି।
  • ଗତବର୍ଷ ତୁଳନାରେ ଏଥରକ ଷ୍ଟୋରେଜ୍‌ କମ୍‌ ହୋଇଛି। ଏଣୁ ଆଳୁର ଦାମ୍‌ ବଢ଼ିଛି।
  • ଚଳିତବର୍ଷ ଭାରତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ନେପାଳ, ଓମାନ୍‌, ସାଉଦି ଆରବ ଓ ମାଲେସିଆକୁ ୧.୩୨ ଲକ୍ଷ ଟନ୍‌ ଆଳୁ ରପ୍ତାନୀ କରିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.