Below header

ଗାଁକୁ ପଶିଆଶିଲା ହରିଣ, ଆହତ ଅବସ୍ଥା ଉଦ୍ଧାର କଲେ ଗ୍ରାମବାସୀ

ଗାଁକୁ ପଶିଆଶିଲା ହରିଣ। ନୟାଗଡ଼ ଖଣ୍ଡପଡା ଏନଏସି ଗଡ଼ଭିତର ସାହିରୁ ଆହତ ଅବସ୍ଥାରେ ଏକ ହରିଣକୁ ଉଦ୍ଧାର କରାଯାଇଛି। ଗାଁଲୋକେ ହରିଣକୁ କାବୁ କରିବା ପରେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହରିଣଟି ଉଦ୍ଧାର କରିଥିଲା ।

ନୟାଗଡ଼ (କେନ୍ୟୁଜ): ଗାଁକୁ ପଶିଆଶିଲା ହରିଣ । ନୟାଗଡ଼ ଖଣ୍ଡପଡା ଏନଏସି ଗଡ଼ଭିତର ସାହିରୁ ଆହତ ଅବସ୍ଥାରେ ଏକ ହରିଣକୁ ଉଦ୍ଧାର କରାଯାଇଛି । ଗାଁଲୋକେ ହରିଣକୁ କାବୁ କରିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହରିଣଟି ଉଦ୍ଧାର କରିଥିଲା  । ଡାକ୍ତରମାନେ ଆନ୍ଦୋଳନରତ ଥିବା କାରଣରୁ ହରିଣଟିର ଚିକିତ୍ସା ହୋଇପାରିନଥିଲା ।

ପଶୁ ଚିକିତ୍ସାଳୟ କର୍ମଚାରୀମାନେ ହରିଣଟିକୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ  । ତେବେ ହରିଣର ଗୋଡ଼ରେ ଆଘାତ ଲାଗିଛି । ଖାଦ୍ୟ ଅନ୍ବେଷଣରେ ହରିଣଟି ଗାଁ ଭିତରକୁ ପଶିଆସିଥିବା ସନ୍ଦେହ କରାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.