ରାମଲୀଲା ମଞ୍ଚରେ ହନୁମାନଙ୍କୁ ଆସିଲା ହାର୍ଟଆଟାକ୍‌, ରାମଙ୍କ ପାଦ ତଳେ ଚାଲିଗଲା ଜୀବନ

ହରିୟାଣାର ଭିବାନୀରେ ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଟଳି ପଡ଼ିଲେ ହନୁମାନ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ କଳାକାରଙ୍କ ନାଁ ହରିଶ ମେହେତା ବୋଲି ଜଣାଯାଇଛି ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ହରିୟାଣାର ଭିବାନୀରେ ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଟଳି ପଡ଼ିଲେ ହନୁମାନ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ କଳାକାରଙ୍କ ନାଁ ହରିଶ ମେହେତା ବୋଲି ଜଣାଯାଇଛି ।

ଖବର ମୁତାବକ, ଭବାନୀରେ ରାମଲୀଳା ମଞ୍ଚସ୍ଥ ହେଉଥିଲା । ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ ମଧ୍ୟ ଜମିଥିଲା । ଏହି ସମୟରେ ମଞ୍ଚ ଉପରେ ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ । ମାତ୍ର ଆଉ ସେ ଉଠି ପାରି ନ ଥିଲେ । କିଛି ସମୟ ପର୍ଯ୍ୟନ୍ତ ଲୋକେ ଭାବିଲେ ହନୁମାନ ରାମଙ୍କ ପାଦ ତଳେ ପଡି ପୂଜା କରୁଛନ୍ତି । କିନ୍ତୁ ସମୟ ପର୍ଯ୍ୟନ୍ତ ସେ ଉଠିନଥିଲେ । ତେଣୁ ମଞ୍ଚରେ ଥିବା ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେ ନ ଉଠିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

ହରିଶ ମେହେତା ବିଦ୍ୟୁତ୍ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ ଥିଲେ । ଗତ ୨୫ ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେଉଥିବା ହନୁମାନ ଚାଳିଶାରେ ହନୁମାନ ରୋଲ୍ କରୁଥିଲେ । ତାଙ୍କର ଏପରି ମୃତ୍ୟୁକୁ ସହ କଳାକାରମାନେ ଗ୍ରହଣ କରି ପାରୁନାହାନ୍ତି । ହରିଶଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.