କାହିଁକି ଭାଲୁ ଶୀତରେ ୭ ରୁ ୮ ମାସ ଶୋଇପାରେ, ଜାଣନ୍ତୁ କାରଣ

ଆଜି ଆମେ ଆପଣଙ୍କୁ ଭାଲୁର ଏପରି ଏକ ବିଶେଷତା ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣି ନଥିବେ । ବାସ୍ତବରେ ଥଣ୍ଡା ପାଗରେ ଭାଲୁ ଖାଇବା କିମ୍ବା ପିଇବା ବିନା ପ୍ରାୟ ୮ ମାସ ଶୋଇପାରେ ।

ଆପଣମାନେ ତ ଜାଣିଥିବେ ଯେ ମଣିଷ ହେଉ କିମ୍ବା ପଶୁ ହେଉ ସମସ୍ତଙ୍କ ପାଇଁ ଶୋଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାଲୁର ଏପରି ଏକ ବିଶେଷତା ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣି ନଥିବେ । ବାସ୍ତବରେ ଥଣ୍ଡା ପାଗରେ ଭାଲୁ ଖାଇବା କିମ୍ବା ପିଇବା ବିନା ପ୍ରାୟ ୮ ମାସ ଶୋଇପାରେ । କିନ୍ତୁ ଏହା ଶୁଣି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଯେ କିପରି ଭାବେ ଏକ ପଶୁ ୭ ରୁ ୮ ମାସ ପର୍ଯ୍ୟନ୍ତ ଶୋଇପାରିବ ? ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରକୃତରେ ଭାଲୁ ଥଣ୍ଡା ପାଗରେ ପ୍ରାୟ ୬ ରୁ ୭ ମାସ ପର୍ଯ୍ୟନ୍ତ ଶୋଇପାରେ ।

ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଭାଲୁମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ପାଇଁ ହାଇବରନେସନ୍ ପ୍ରକ୍ରିୟା ବ୍ୟବହାର କରନ୍ତି । ପ୍ରକୃତରେ ପ୍ରବଳ ବରଫ ପଡିବା ଯୋଗୁ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ଗଭୀର ଭାବରେ ଶୋଇପାରନ୍ତି । ହାଇବରନେସନ୍ ପ୍ରକ୍ରିୟା ମାଧ୍ୟମରେ ଭାଲୁମାନେ ଖାଇବା କିମ୍ବା ପିଇବା ବିନା ପ୍ରାୟ ୮ ମାସ ଶୋଇପାରନ୍ତି, ଏବଂ ନିଦରୁ ଉଠିବା ପରେ ସେମାନେ ପୁନର୍ବାର ସୁସ୍ଥ ଏବଂ ସକ୍ରିୟ ରୁହନ୍ତି । ତେବେ ଏହା ମଧ୍ୟ ସେମାନଙ୍କୁ ଏକ ଭଲ ସୁସ୍ଥ ଜୀବନଯାପନ କରିବାରେ ଏବଂ ଅନେକ ପ୍ରକାରର ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ସୂଚନା ମୁତାବକ, ବିଶ୍ୱର ସ୍ପେସ୍ ଏଜେନ୍ସି ଏବଂ ସୈନ୍ୟବାହିନୀଙ୍କ ଉପରେ ଗବେଷଣା କରୁଛନ୍ତି । ତେବେ ଏହି ଗବେଷଣାରେ ଭାଲୁମାନେ କିପରି ଅଧିକ ଶୀତରୁ ବଞ୍ଚନ୍ତି, ତାହାର ପ୍ରକ୍ରିୟାକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ପ୍ରକ୍ରିୟା ଏତେ ସହଜ ନୁହେଁ । ଏଥିରେ ଶରୀରର ସମସ୍ତ ପ୍ରକ୍ରିୟା ବହୁତ ଧୀର ହୋଇଯାଏ ଏବଂ ଏପରିକି ହାର୍ଟ ବିଟ୍‌ ମଧ୍ୟ ବହୁତ କମ୍ ହୋଇଯାଏ । ଏହା ସହ ଭାଲୁମାନେ କୌଣସି ପ୍ରକାରରେ ସେମାନଙ୍କର ଏହି ଖରାପ ପ୍ରଭାବକୁ ଏଡ଼ାଇବା ପାଇଁ ସଫଳ ହୁଅନ୍ତି । ଯଦିଓ ଭାଲୁ କୌଣସି ରୋଗରେ ପୀଡିତ ରୁହନ୍ତି ନାହଁ । ସେଥିପାଇଁ ଭାଲୁମାନେ ଶୀତଦିନେ ୭ ରୁ ୮ ମାସ ବିନା ଖାଇବା ଏବଂ ବିନା ପିଇବା ଦ୍ୱାରା ବଞ୍ଚି ରହିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.