ରଗ୍‌ବୀ ଖେଳକୁ ପ୍ରୋତ୍ସାହନ ସହ ଅଧିକ ଲୋକପ୍ରିୟ କରିବା ପାଇଁ କିସ୍‌ ପୁରାତନ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ: ନିଜସ୍ୱ ପ୍ରଚେଷ୍ଟାରେ ଖୋଲିଛନ୍ତି ରଗ୍‌ବୀ ଏକାଡେମୀ

ଆଗକୁ ମଧ୍ୟ ଏଭଳି ପ୍ରୟାସ ଜାରି ରଖିବାକୁ ଏହି କିସ୍‌ର ପୁରାତନ ଛାତ୍ରଛାତ୍ରୀମାନେ ଦୃଢ ବଦ୍ଧପରିକର । ଦିନ ଥିଲା କିସ୍‌ରେ ପାଠ ପଢି ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପାଇଁ ରଗ୍‌ବୀ ଖେଳ ଖେଳିବାର ସୁଯୋଗ ପାଇଥିଲେ ଏହି ପୁରାତନ ଛାତ୍ରଛାତ୍ରୀମାନେ। ଦେଶ ବିଦେଶରେ ଖେଳି ରାଜ୍ୟ ତଥା ଦେଶକୁ ଗୌରାବନ୍ଵିତ କରିଛି।

କେନ୍ୟୁଜ୍(ବ୍ୟୁରୋ): ରଗ୍‌ବୀ ଖେଳକୁ ପ୍ରୋତ୍ସାହନ ସହ ଅଧିକ ଲୋକପ୍ରିୟ କରିବା ପାଇଁ କିସ୍‌ ପୁରାତନ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜସ୍ୱ ପ୍ରଚେଷ୍ଟାରେ ଖୋଲିଛି ରଗ୍‌ବୀ ଏକାଡେମୀ। ଆଉ ପ୍ରସ୍ତୁତ କରୁଛନ୍ତି ନୂଆ ନୂଆ ଖେଳାଳି । ଏପରିକି ମୟୂରଭଞ୍ଜ ଜିଲ୍ଲାକୁ ପ୍ରତିନିଧିତ୍ୱ କରି ଦିଲ୍ଲୀରେ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇଛନ୍ତି ଏହି ଏକାଡେମୀର ୨୪ ଜଣ ଖେଳାଳି । ଆଗକୁ ମଧ୍ୟ ଏଭଳି ପ୍ରୟାସ ଜାରି ରଖିବାକୁ ଏହି କିସ୍‌ର ପୁରାତନ ଛାତ୍ରଛାତ୍ରୀମାନେ ଦୃଢ ବଦ୍ଧପରିକର । ଦିନ ଥିଲା କିସ୍‌ରେ ପାଠ ପଢି ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପାଇଁ ରଗ୍‌ବୀ ଖେଳ ଖେଳିବାର ସୁଯୋଗ ପାଇଥିଲେ ଏହି ପୁରାତନ ଛାତ୍ରଛାତ୍ରୀମାନେ। ଦେଶ ବିଦେଶରେ ଖେଳି ରାଜ୍ୟ ତଥା ଦେଶକୁ ଗୌରାବନ୍ଵିତ କରିଛି।

ଆଉ ଆଜି ଡକ୍ଟର ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ରଗ୍‌ବୀ ଖେଳରେ ପରପିଢିକୁ ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି କିସ୍‌ର ୩ଜଣ ପୁରାତନ ଛାତ୍ରଛାତ୍ରୀ। ୨୦୧୯ ମସିହାରେ ଦିବ୍ୟ ରଞ୍ଜନ ଦାସ, ରୁପାଲୀ ସୋରେନ, ନିରଞ୍ଜନ ବିଶ୍ୱାଳ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ। ୫ଜଣ ଖେଳାଳିଙ୍କୁ ନେଇ ଆରମ୍ଭ କରିଥିଲେ ପ୍ରଶିକ୍ଷଣ। ଆଉ ଏହି ୩ବର୍ଷ ମଧ୍ୟରେ ଖେଳାଳିଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ପାର୍ବତୀ ହାଁସଦା ଭାରତ ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବାର ଗୌରବ ଆଣିଛନ୍ତି।

ସେ ଆସନ୍ତା ୩୦ତାରିଖରୁ କୋଲକାତା ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେବେ। ଏହି ଏକାଡେମୀର ୨୪ଜଣ ଖେଳାଳି ଜାତୀୟ ସ୍ତରରେ ଖେଳିବାକୁ ଦିଲ୍ଲୀ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତା ୨୭ ତାରିଖ ଦିନ ଖେଳାଳିମାନେ ଦିଲ୍ଲୀ ଯିବେ ।…ଦିଲ୍ଲୀର ବସନ୍ତକୁଞ୍ଜଠାରେ ଆସନ୍ତା ୩୦ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିଲ୍ଲୀ -7 ଟୁର୍ଣ୍ଣାମେଣ୍ଟ। ଏଥିରେ ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟର ପ୍ରତିନିଧିତ୍ୱ କରିବେ ଏହି ଏକାଡେମୀର ଖେଳାଳିମାନେ। କିସ୍‌ର ଏହି ପୁରାତନ ଛାତ୍ରଛାତ୍ରୀମାନେ ପ୍ରଥମେ ସ୍କୁଲରେ ରଗବୀ ତାଲିମ୍‌ ଦେବାକୁ ଚେଷ୍ଟା କରି ସହଯୋଗ ନ ମିଳିବାରୁ ନିଜସ୍ୱ ଉଦ୍ୟମରେ ଖେଳାଳି ପ୍ରସ୍ତୁତ କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି । ଏଥିପାଇଁ ସମସ୍ତ ଶ୍ରେୟ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି ଫ୍ୟୁଚର ଷ୍ଟାର ଷ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା।