ସ୍ତ୍ରୀକୁ ପେଟ୍ରୋଲ ଢାଳି ହତ୍ୟା କଲା ସ୍ୱାମୀ, ଗିରଫ କଲା କୋକସରା ପୋଲିସ

ମାଝୀଗୁଡ଼ା ଗାଁର ଜୟନ୍ତ ନାଗ ଗତ ୨୦୨୦ରେ କୋକସରା ଜୟନ୍ତପୁର ଗାଁର ଉର୍ମିଳା ସାଗରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ନିର୍ଯାତନାର ଶିକାର ହୋଇଥିଲେ ଉର୍ମିଳା ।

କଳାହାଣ୍ଡି(କେନ୍ୟୁଜ୍): ସ୍ତ୍ରୀକୁ ପୋଡ଼ି ମାରିଦେଲା ଜହ୍ଲାଦ ସ୍ୱାମୀ । ଘଟଣା ଘଟିଛି କୋକସରା ଥାନା ମାଝୀଗୁଡ଼ା ଗାଁରେ । ମୃତକ ହେଲେ ଉର୍ମିଳା ସାଗର । ଏହି ଘଟଣାରେ ସ୍ୱାମୀ ଜୟନ୍ତକୁ ଗିରଫ କରିଛି କୋକସରା ପୋଲିସ । ମାଝୀଗୁଡ଼ା ଗାଁର ଜୟନ୍ତ ନାଗ ଗତ ୨୦୨୦ରେ କୋକସରା ଜୟନ୍ତପୁର ଗାଁର ଉର୍ମିଳା ସାଗରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ନିର୍ଯାତନାର ଶିକାର ହୋଇଥିଲେ ଉର୍ମିଳା ।

ଗତ ୨୩ ତାରିଖ ଦିନ କୌଣସି କଥାକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଜୟନ୍ତ ନାଗ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉର୍ମିଳା ୨ ବର୍ଷର ଝିଅ ମା’କୁ ମୁଖାଗ୍ନି ଦେବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଏହି ଘଟଣାରେ କୋକସରା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.