ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିବା ନାବାଳକ କୁଆଡେ ଗଲା? ୪ ଦିନ ହେଲା ମିଳୁନି ପତ୍ତା

ଅନୁଗୋଳ ଜିଲ୍ଲା କିଆକଟା ଥାନା ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ ଅଭିଯୋଗ ହୋଇଛି । ତାଙ୍କ ନାଁ ସଞ୍ଜିତ ବିଶ୍ୱାଳ । ଗତ ଶନିବାର ରାତିରୁ ସେ ନିଖୋଜ ଅଛନ୍ତି ।

ଅନୁଗୋଳ(କେନ୍ୟୁଜ୍):  ମଙ୍ଗଳା ମନ୍ଦିରରୁ ନାବାଳକ ନିଖୋଜ ଅଭିଯୋଗ । ୪ ଦିନ ହେଲା ପତ୍ତା ମିଳୁନି । ବହୁ ଖୋଜାଖୋଜି ପରେ ବି ମିଳୁନି ସନ୍ଧାନ । ଅନୁଗୋଳ ଜିଲ୍ଲା କିଆକଟା ଥାନା ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ ଅଭିଯୋଗ ହୋଇଛି । ତାଙ୍କ ନାଁ ସଞ୍ଜିତ ବିଶ୍ୱାଳ । ଗତ ଶନିବାର ରାତିରୁ ସେ ନିଖୋଜ ଅଛନ୍ତି । ଏନେଇ କିଆକଟ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସଞ୍ଜିତଙ୍କ ଦେହ ଖରାପ ହେଉଥିବାରୁ ତୁଷର ଗାଁରେ ଥିବା ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିଲେ ।

ମହିଳା ପୂଜକଙ୍କ କହିବା ଅନୁସାରେ ଶନିବାର ରାତିରେ ସଞ୍ଜିତଙ୍କୁ ମଙ୍ଗଳା କୋଠିରେ ଅଧିଆ ପକାଇବା ପରେ ତାଙ୍କ ମାଆ ପାଖ କୋଠରୀରେ ଶୋଇଥିଲେ । କିନ୍ତୁ ସକାଳେ ଉଠିଲା ବେଳକୁ ସେଠାରେ ନଥିଲେ ସଞ୍ଜିତ । ବହୁ ଖୋଜାଖୋଜି ପରେ ପୁଅର ସନ୍ଧାନ ନମିଳିବାରୁ କିଆକଟା ଥାନାରେ ଏତଲା ଦେଇଛନ୍ତି । ତଦନ୍ତ ଚାଲିଥିବା ବେଳେ କୌଣସି ପ୍ରତିକ୍ରିୟା ଦେଉନି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.