ସାନ୍ମିନା କର୍ପୋରେସନ ଏବଂ ପାଲୋ ଅଲ୍ଟୋ ଭଳି କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ
ଓଡ଼ିଶା ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରୋତ୍ସାହନକୁ ନେଇ ଖୁସି ପ୍ରକାଶ କରିଥିଲେ କମ୍ପାନୀର ଅଧିକାରୀ। ସନ୍ମିନା ଓଡ଼ିଶାରେ ଏକ ପିସିବି ମ୍ୟାନୁଫେକଚରିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛି। .

କେନ୍ୟୁଜ୍(ବ୍ୟୁରୋ): ସିଲିକନ ଭ୍ୟାଲିରୁ ଓଡ଼ିଶାକୁ ଆସିବ ବଡ଼ ନିବେଶ। ସାନ୍ମିନା କର୍ପୋରେସନ ଏବଂ ପାଲୋ ଅଲ୍ଟୋ ଭଳି କମ୍ପାନୀ ନିବେଶ ପାଇଁ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ଓଡ଼ିଶାର ପ୍ରତିନିଧି ଦଳ ଇଲେକ୍ଟ୍ରୋନିକ୍ସ ଏବଂ ସାଇବର ସିକ୍ୟୁରିଟି ଭଳି ବିଭିନ୍ନ କମ୍ପାନୀ ଓ ବାଣିଜ୍ୟ କାରବାର କରୁଥିବା ସଂସ୍ଥାର ପ୍ରମୁଖ ଅଧିକାରୀଙ୍କୁ ଭେଟିଥିଲେ। ସନ୍ମିନା କର୍ପୋରେସନର ଚେୟାରମ୍ୟାନ୍ ତଥା ସିଇଓ ଜୁର୍ ସୋଲାଙ୍କୁ ଭେଟିଥିଲେ ଓଡ଼ିଶାର ପ୍ରତିନିଧି ଦଳ।
ଓଡ଼ିଶା ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରୋତ୍ସାହନକୁ ନେଇ ଖୁସି ପ୍ରକାଶ କରିଥିଲେ କମ୍ପାନୀର ଅଧିକାରୀ। ସନ୍ମିନା ଓଡ଼ିଶାରେ ଏକ ପିସିବି ମ୍ୟାନୁଫେକଚରିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛି। .. ଏହାସହ ସାଇବର ସିକ୍ୟୁରିଟି କ୍ଷେଟ୍ରରେ କାର୍ଯ୍ୟ କରୁଥିବା ପାଲୋ ଅଲ୍ଟୋ କମ୍ପାନୀର ଜେନେରାଲ ମ୍ୟାନେଜର ଆନନ୍ଦ ଓସ୍ୱାଲଙ୍କୁ ଭେଟିଥିଲେ ଓଡ଼ିଶାର ପ୍ରଦିନିଧି ଦଳ। ଓଡ଼ିଶା ସହ ମିଶି ପାଲୋ ଅଲ୍ଟୋ ତାର କାର୍ଯ୍ୟ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛି।
ବିଶେଷ କରି ଓଡ଼ିଶାର ସାଇବର ସିକ୍ୟୁରିଟି ନୀତି ଏବଂ ଓଡ଼ିଶାର ସାଇବର ସିକ୍ୟୁରିଟି ଅପରେସନସ ସେଣ୍ଟରକୁ ସାହାଯ୍ୟ ନେଇ ଆଗ୍ରହ ପ୍ରକାଶ କରିଛି ପାଲୋ ଅଲ୍ଟୋ। ..ଏହି ପ୍ରତିନିଧି ଦଳ ବେ-ଇକୋଟାରିୟମର ସିଇଓ ଜର୍ଜ ଜାକବଙ୍କୁ ଭେଟି, ଓଡ଼ିଶାରେ ପ୍ରକୃତିର ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାସହ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ପ୍ରଫେସର ତଥା ରମ୍ଭସର ପ୍ରତିଷ୍ଠାତା ଡ. ମାର୍କ ହୋରୋୱିଟ୍ଜଙ୍କୁ ଭେଟିଥିଲେ ଓଡ଼ିଶାର ପ୍ରତିନିଧି ଦଳ।
ଚିପ୍ ଇଣ୍ଟରଫେସ୍ ଟେକ୍ନୋଲୋଜିର ଡିଜାଇନ କରେ ରମ୍ଭସ। ଡ. ମାର୍କ ହୋରୋୱିଟ୍ଡଙ୍କୁ ଓଡ଼ିଶାର ଓ-ଚିପ୍ ପ୍ରୋଗ୍ରାମ ବିଷୟରେ ଅବଗତ କରାଯାଇଥିଲା। ଓଡ଼ିଶା ଏବେ ରାଜ୍ୟରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ତିଆରି କରିବାକୁ ଚାହୁଁଛି। ଏହି କ୍ଷେତ୍ରରେ ହୋରୋୱିଟ୍ଜଙ୍କ ଅଭିଜ୍ଞତା ଓ ପରମର୍ଶ ବେଶ ସହାୟକ ହେବ ।