Below header

KIIT-TBI ପକ୍ଷରୁ ମେଡିକାଲ୍‌ 3D ପ୍ରିଣ୍ଟିଂ ଉପରେ ଓଡ଼ିଶା କ୍ଲିନିକାଲ୍‌ ମିଟ୍‌

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟ୍ରେଣ୍ଡିଂ ଟେକ୍ନୋଲୋଜିର ଅଗ୍ରଗତି ଏବଂ ପ୍ରୟୋଗକୁ ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ଚିକିତ୍ସା ବିଭାଗର କ୍ଲିନିକାଲ୍‌, ସର୍ଜନ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କେନ୍ୟୁଜ୍(ବ୍ୟୁରୋ): KIIT-TBI ପକ୍ଷରୁ ମେଡିକାଲ୍‌ 3D ପ୍ରିଣ୍ଟିଂ ଉପରେ ଓଡ଼ିଶା କ୍ଲିନିକାଲ୍‌ ମିଟ୍‌ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଷ୍ଟ୍ରାଟାସିସ ଓ ଡିଜାଇନ ଟେକ ସିଷ୍ଟମ୍‌ସ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟ୍ରେଣ୍ଡିଂ ଟେକ୍ନୋଲୋଜିର ଅଗ୍ରଗତି ଏବଂ ପ୍ରୟୋଗକୁ ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ଚିକିତ୍ସା ବିଭାଗର କ୍ଲିନିକାଲ୍‌, ସର୍ଜନ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଚିକିତ୍ସା କ୍ଷେତ୍ରରେ ନୂଆ କିଛି କରିବାର ଅପାର ସମ୍ଭାବନା ଏବଂ 3D ପ୍ରିଣ୍ଟିଂ ଟେକ୍ନୋଲୋଜି ସ୍ୱାସ୍ଥ୍ୟସେବାରେ କିପରି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ତାହା ଅନୁସନ୍ଧାନ କରିବା ସହ ଏକ ସଙ୍ଗେ ରୋଗୀ ସେବା ଓ ଚିକିତ୍ସା ଗବେଷଣା ଦିଗରେ ଅଗ୍ରଗତି କରି ପାରିବ ବୋଲି କିଟ ବିକାଶ ଓ ଗବେଷଣା ବିଭାଗ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର କହିଥିଲେ ।

KIMSର ପ୍ରଫେସର ଏମରିଟସ୍‌ ଡା ଯୋଗେଶ କେ ଚାୱଲା ଏଥିରେ ଯୋଗଦେଇ କହିଲେ ଡାକ୍ତରୀ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଅଗ୍ରଗତି ନୂତନ ସମ୍ଭାବନା ସୃଷ୍ଟି କରିଛି । ଅନ୍ୟମାନଙ୍କ ମଧ୍ୟରେ କିଟ ଡେଣ୍ଟାଲ୍‌ ଆଣ୍ଡ ଡେଣ୍ଟୋଫ୍ୟାସିଆଲ୍‌ ବିଭାଗ ପ୍ରଫେସର ନିବେଦିତା ସାହୁ, ଷ୍ଟ୍ରାଇକର ସହକାରୀ ପରିଚାଳକ ଅମିୟ ରଂଜନ ମିଶ୍ର, ଷ୍ଟ୍ରାଟାସିସ୍‌ ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ ରାହୁଲ ପଣ୍ଡିତ, ଡିଜାଇନ୍‌ ଟେକ୍‌ ସିଷ୍ଟମର ରାଷ୍ଟ୍ରୀୟ ବୈଷୟିକ ପରିଚାଳକ ରବି କୁମାର ପାଟିଲ ସମେତ ବହୁ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.