Below header

ଝାରସୁଗୁଡ଼ା ଏୟାରପୋର୍ଟରେ ଲାଗିବ ଇଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ, ଖର୍ଚ୍ଚ ହେବ ୫.୫୦ କୋଟି ଟଙ୍କା

ଝାରସୁଗୁଡ଼ା(କେନ୍ୟୁଜ୍): ଖୁବ୍‌ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଅତ୍ୟାଧୁନିକ ଇଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଖର୍ଚ୍ଚ ହେବ ୫ କୋଟି ୫୦ ଲକ୍ଷ ଟଙ୍କା । ଏନେଇ ସୂଚନା ଦେଇଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ । ସେହିପରି ଆସନ୍ତା ଅକ୍ଟୋବର ସୁଦ୍ଧା କାର୍ଯ୍ୟକାରୀ ହେବ ଊଠଜଙ । ଏହା ଦ୍ୱାରା ଝାରସୁଗୁଡ଼ା ବିମାନ ବନ୍ଦର ଅଲ୍‌ ୱେଦର ବିମାନ ବନ୍ଦର ହୋଇପାରିବ । ଫଳରେ ଭିଜିବିଲିଟି କମ୍‌ ଥିଲେ ମଧ୍ୟ ବିମାନ ଚଳାଚଳ କରିପାରିବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପଶ୍ଚିମ ଓଡ଼ିଶାର ବିକାଶରେ ଝାରସୁଗୁଡ଼ା ବିମାନ ବନ୍ଦରର ଗରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଝାରସୁଗୁଡ଼ାରୁ ଉଡାନ୍‌ ଯୋଜନା ମାଧ୍ୟମରେ ଭୁବନେଶ୍ୱର, ରାୟପୁର ଓ ରାଞ୍ଜି ମଧ୍ୟରେ ବିମାନ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.