Below header

ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଖୋଲିବ ବ୍ୟାଖ୍ୟାନ କେନ୍ଦ୍ର, ସ୍ଥାନ ପାଇବ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ସଂପର୍କରେ ସମସ୍ତ ତଥ୍ୟ

ପୁରୀ : ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଐତିହ୍ୟ, ପରଂପରା, ଯାନିଯାତ୍ରା ରୀତିନୀତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ଏକ ବର୍ଷ ମନ୍ଦିର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହା କାର୍ଯ୍ୟକ୍ଷମ ହେବ । ଏଥିରେ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ସଂପର୍କରେ ସମସ୍ତ ତଥ୍ୟ ସ୍ଥାନ ପାଇବ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ବିଦେଶୀ, ଅଣହିନ୍ଦୁ ଏହାର ଉପଯୋଗ କରିପାରିବେ । ଏହା ଏକ ସ୍ଥାୟୀ ପ୍ରଦର୍ଶନୀ ଓ ମ୍ୟୁଜିୟମ ଭଳି ହେବ । ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜଗନ୍ନାଥ ସଂସ୍କୃତିର ଗବେଷକ, ସଂସ୍କୃତି ପ୍ରଚାରକ ଯୋଗଦେଇ ବ୍ୟାଖ୍ୟାନ କେନ୍ଦ୍ରର ରୂପରେଖ ସଂପର୍କରେ ଆଲୋଚନା କରିଛନ୍ତି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ମ୍ୟୁଜିୟମର ମଧ୍ୟ ପୁନରୁଦ୍ଧାର ଓ ଆଧୁନିକୀକରଣ କାର‌୍ୟ୍ୟ ଶେଷ ହେବାକୁ ଯାଉଛି । ଏହି ମ୍ୟୁଜିୟମରେ ମଧ୍ୟ ଶ୍ରୀମନ୍ଦିର ପୁରାତନ ଐତିହ୍ୟ, ପରଂପରା ଓ ସଂସ୍କୃତି ସଂପର୍କରେ ଅନେକ ଦର୍ଶନୀୟ ବସ୍ତୁ ରହିଛି । ଏହାକୁ ମଧ୍ୟ କିଭଳି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ବାବଦରେ ଆଲୋଚନା କରାଯାଇଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.