ପରିବହନ କମିସନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଅରୁଣ ବୋଥ୍ରା

ଭୁବନେଶ୍ବର(କେନ୍ଯୁଜ୍): ପରିବହନ କମିସନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଅରୁଣ ବୋଥ୍ରା। ପୂର୍ବତନ କମିସନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହ ସଞ୍ଜୀବ ପଣ୍ଡାଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି।
ପରିବହନ କମିସନର ଭାବେ ସଞ୍ଜୀବ ପଣ୍ଡାଙ୍କ ସମୟରେ ଅନଲାଇନ୍ରେ କାର୍ଯ୍ୟ ନେଇ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।