‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ପାଇଁ କପିଲ ବଢ଼ାଇ ଦେଇଛନ୍ତି ନିଜ ଫିସ୍‌, ପ୍ରତି ଏପିସୋଡ୍‌ ପିଛା ନେବେ ଏତେ ଟଙ୍କା!

ଟିଭି ପରଦାର ଲୋକପ୍ରିୟ କମେଡିଆନ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କହି ରଖୁଛୁ, କରୋନା ସମୟରେ ଏହି ଶୋ’ ଚାଲୁଥିଲା, କିନ୍ତୁ ପରେ କପିଲ ଯେତେବେଳେ ଦ୍ୱିତୀୟ ଥର ପାଇଁ ବାପା ହେଲେ, ତ ସେ ଶୋ’କୁ କିଛି ମାସ ପାଇଁ ବନ୍ଦ କରି ଦେଇଥିଲେ ଏବଂ ଏବେ ପୁଣିଥରେ ଏହା ଟିଭି ପରଦାକୁ ଫେରୁଛି।

ଦ କପିଲ ଶର୍ମା ଶୋ’ ଏଥର ନୂଆ ତରିକାରେ ଆସିବ ଏବଂ ଏଥିପାଇଁ ଟିମ୍‌ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଖବର ରହିଛି କି, ଏହି ସିଜନ ପାଇଁ କପିଲ ନିଜ ଫିସ୍‌ ମଧ୍ୟ ବଢ଼ାଇ ଦେଇଛନ୍ତି। ଶୋ’କୁ ହୋଷ୍ଟ କରିବା ପାଇଁ କପିଲ ପ୍ରତି ଏପିସୋଡ୍‌ ପିଛା ୩୦ ଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ଏବେ ସେ ଏହାକୁ ବଢ଼ାଇ ୫୦ ଲକ୍ଷ ଟଙ୍କା କରି ଦେଇଛନ୍ତି। ଅର୍ଥାତ୍‌ ଗୋଟିଏ ସପ୍ତାହ ପିଛା କପିଲ ୧ କୋଟି ଟଙ୍କା ଫିସ୍‌ ନେବେ। ଯଦିଓ ଏହା ଉପରେ ଏବେ ସୁଦ୍ଧା ମୋହର ବାଜିନାହିଁ।

ସେପଟେ ଶୋ’ ଅନଏୟାର ହେବା ନେଇ କୌଣସି ଅଫିସିଆଲି ସୂଚନା ଦିଆଯାଇନାହିଁ। କିନ୍ତୁ ଖବର ରହିଛି କି, ଟିମ୍‌ ଲଗାତାର ଶୁଟିଂ କରୁଛି ଏବଂ ପୂରା ଜୋର୍‌ସୋରରେ ପ୍ରସ୍ତୁତି ପ୍ରକ୍ରିୟା ଆଗେଇ ଚାଲିଛି। ଯଦି ସବୁକିଛି ଠିକ୍‌ ରୁହେ, ତେବେ କପିଲ ନିଜ ଶୋ’କୁ ଜୁଲାଇ ଶେଷ ସପ୍ତାହ କିମ୍ବା ୨୧ ଜୁଲାଇରୁ ଅନଏୟାର କରିପାରନ୍ତି।

 

View this post on Instagram

 

A post shared by Kapil Sharma (@kapilsharma)

You might also like