Below header

ଆସିଗଲେ ଲେଡି ଦବଙ୍ଗ, ଆଉ ଚାଲିବନି ରୋମିଓଗିରି

ଜୟପୁର(କେନ୍ଯୁଜ୍) : ଆଉ ରାଜରାସ୍ତାରେ ଗଳି କନ୍ଦିରେ କି ଛକ ଛକରେ ଚାଲିବନି ଅସାମାଜିକ ଯୁବକଙ୍କ ରୋମିଓଗିରି । ଏହା କହିଛନ୍ତି  କୋରାପୁଟ ଏଏସପି ଆଇପିଏସ ସାଗରିକା ନାଥ । କିଛିଦିନର ବ୍ୟବଧାନ ପରେ ପୁଣି  କୋରାପୁଟ  ନିଯୁକ୍ତି ହୋଇ ଫେରିଛନ୍ତି ଏଏସପି ଲେଡି ଦବଙ୍ଗ ଆଇପିଏସ ସାଗରିକା । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଠନ ହେବ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଆଉ ରାସ୍ତାରେ ଯାଉଥିବା ଝିଅ ମହିଳାଙ୍କୁ କମେଣ୍ଟ ମାରିଲେ ଓ ଅଶ୍ଳୀଳ ଇଙ୍ଗିତ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ଏନେଇ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ଜୟପୁର ସୁନାବେଡା ସିମିଳିଗୁଡା କୋରାପୁଟ ଭଳି ଯେଉଁ ସବୁ ଅଞ୍ଚଳର ଜନଗହଳି ପୂର୍ଣ୍ଣ ସ୍ଥାନରେ ପୂର୍ବରୁ ଏଭଳି ଅଭିଯୋଗ ଆସିଛି ସେଠି ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ କହିଛନ୍ତି ଆଇପିଏସ ସାଗରିକା ।ତେବେ ଗତ ଦିନରେ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଓ ଡକାୟତି ରୋକିବା ଉପରେ ରୋକ ଲଗାଇବା ସହ ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ଏହି ମହିଳା ଆଇପିଏସ ଅଧିକାରୀ ପୁଣି କୋରାପୁଟରେ ନିଯୁକ୍ତି ପାଇବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.