Below header

ଅତିଷ୍ଠ କଲାଣି ପାଗଳ ମାଙ୍କଡ଼, ବନବିଭାଗ ଫେଲ ମରିବାରୁ ରାସ୍ତାରୋକ କଲେ ଗ୍ରାମବାସୀ 

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଜିପୁର ଓ ଇନ୍ଦାସ ଗାଁ ରେ ପାଗଳା ମାଙ୍କଡ଼ ଉପଦ୍ରବ । ମାଙ୍କଡ଼ ଆକ୍ରମଣ ରେ 20 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ଗୃହବନ୍ଦୀ ହୋଇଛନ୍ତି। ଲୋକେ ଘର ତାଟି କବାଟ ଦେଇଦେଇ ଘରେ ରହିଛନ୍ତି। ଏହାର ପ୍ରତିବାଦରେ ଲୋକେ ରାସ୍ତା ରୋକ କରିଛନ୍ତି। ମାଙ୍କଡ଼ ମାନଙ୍କ ଉପଦ୍ରବ କୁ ରୋକିବା ପାଇଁ ବନ ବିଭାଗ କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି।

ମାଙ୍କଡ଼ ଆକ୍ରମଣରେ ଆହତ ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଆସିଛନ୍ତି।ବନ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦ ରେ ଲୋକେ ରାସ୍ତାରୋକ କରିଥିଲେ। ସେପଟେ ବନବିଭାଗ ଗାଁରେ ଯନ୍ତା ପକାଇ ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଜାରିରଖିଛି। ବନ ବିଭାଗ ପାଗଳ ମାଙ୍କଡ଼କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ କରାନଗଲେ ଅଧିକରୁ ଅଧିକ ଲୋକେ ଆହତ ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.