ରିଷଭଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କଲେ ପାକିସ୍ତାନୀ କ୍ରିକେଟର, ଦେଖନ୍ତୁ ଟୁଇଟ୍‌

ଭାରତୀୟ କ୍ରିକେଟର ରିଷଭ ପନ୍ତ କାର ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କ ପ୍ରଶଂସକ, କ୍ରିକେଟ୍ ବ୍ୟକ୍ତିତ୍ୱ ତଥା ଦେଶ ତଥା ବିଦେଶରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନର ଷ୍ଟାର କ୍ରିକେଟରମାନେ ମଧ୍ୟ ରହିଛନ୍ତି। ମହମ୍ମଦ ରିଜଓ୍ଵାନ, ଶଦ୍ଦାବ ଖାନ, ଶୋଏବ ମଲ୍ଲିକ, ଶାହିନ ଶାହ ଆଫ୍ରିଦି, ହସନ ଅଲ୍ଲୀ ପ୍ରମୁଖ ଟ୍ଵିଟ୍‌ କରି ସୁସ୍ଥ କାମନା କରିଛନ୍ତି ।

ତେବେ ଡିଡିସିଏର ଏକ ଟିମ ରିଷଭ ଚିକିତ୍ସିତ ହେଉଥିବା ଡେରାଡୁନର ମ୍ୟାକ୍ସ ହସପିଟାଲ ପହଞ୍ଚିଛି । ଯଦି ରିଷଭଙ୍କ ଚିକିତ୍ସା ପାଇଁ ଦରକାର ପଡେ, ତେବେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ ତୁରନ୍ତ କରାଯିବ । ତେବେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି ବୋଲି ଡିଡିସିଏର ଟିମ୍‌ କହିଛି । ଏହାପରେ ଯଦି ଦରକାର ପଡ଼ିବ, ତା’ହେଲେ ଅଧିକ ଚିକିତ୍ସା ଓ ଅନ୍ୟ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ ମଧ୍ୟ କରାଯିବା ବ୍ୟବସ୍ଥା କରାଯିବ ବୋଲି ଡିଡିସିଏ କହିଛି।

ତେବେ ଏବେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ କରାଯାଇଛି। ରିପୋର୍ଟରେ ଏହା ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି।

ସୂଚନାଯୋଗ୍ୟ, ରିଷଭ ପନ୍ତ କାର ଉତ୍ତରାଖଣ୍ଡ ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଖି ଲାଗିଯିବା ଯୋଗୁଁ ଡିଭାଇଡରରେ ପିଟି ହୋଇଥିଲା କାର୍‌ । କାରରେ ନିଆଁ ଲାଗିଯାଇଥିବା ବେଳେ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ ରିଷଭ । ହେଲେ କାରଟି ସଂପୂର୍ଣ୍ଣ ଜଳି ଯାଇଥିଲା। ତାଙ୍କୁ ତୁରନ୍ତ ଡେରାଡୁନର ମ୍ୟାକ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏବେ ସେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.