Below header

ଆଇରନ ଟ୍ରକ୍ ଧାଡ଼ି ଭଙ୍ଗାକୁ ନେଇ ତୁମୁଳକାଣ୍ଡ, ଡ୍ରାଇଭରଙ୍କୁ ଉଲଗ୍ନ କରି ପିଟିଲେ

ଦୁଇଟି ଆଇରନ ବୋଝେଇ ଟ୍ରକ୍ ଧାଡ଼ି ଭାଙ୍ଗି ପାରାଦ୍ଵୀପ ଆଡ଼କୁ ଯାଉଥିବା ସମୟରେ ଧାଡ଼ିରେ ଠିଆ ହୋଇଥିବା ଆଇରନ ଟ୍ରକ୍ ର ଡ୍ରାଇଭର ମାନେ ଅଟକାଇଥିଲେ। ପରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ

ପାରାଦ୍ଵୀପ(କେନ୍ୟୁଜ୍): ଆଇରନ ଟ୍ରକ୍ ଧାଡ଼ି ଭଙ୍ଗାକୁ ନେଇ ତୁମୁଳକାଣ୍ଡ। ଦୁଇଟି ଟ୍ରକର ଡ୍ରାଇଭରଙ୍କୁ ଉଲଗ୍ନ କରି ପିଟିଲେ ଅନ୍ୟ ଟ୍ରକ୍ ର ଡ୍ରାଇଭର। ଏଭଳି ଘଟଣା ଘଟିଛି ମାର୍ଶାଘାଇ ଥାନା ଅଧିନ ନୂଆ ଗାଁ ନିକଟରେ। ଦୁଇଟି ଆଇରନ ବୋଝେଇ ଟ୍ରକ୍ ଧାଡ଼ି ଭାଙ୍ଗି ପାରାଦ୍ଵୀପ ଆଡ଼କୁ ଯାଉଥିବା ସମୟରେ ଧାଡ଼ିରେ ଠିଆ ହୋଇଥିବା ଆଇରନ ଟ୍ରକ୍ ର ଡ୍ରାଇଭର ମାନେ ଅଟକାଇଥିଲେ। ପରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ, ଧାଡି ଭାଙ୍ଗି ଥିବା ଦୁଇ ଡ଼୍ରାଇଭରଙ୍କୁ ଉଲଗ୍ନ କରି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପାରାଦ୍ଵୀପ ବନ୍ଦର କୁ ପ୍ରତିଦିନ ହାଜାର ହଜାର ଟ୍ରକ୍ ଆଇରନ ଆଣି ଆସୁଥିବା ଗାଡ଼ି ଗୁଡିକ ଚଣ୍ଡିଖୋଲ ନିକଟରୁ ଧାଡ଼ିରେ ଆସି ପାରାଦ୍ଵୀପ ବନ୍ଦରରେ ଆଇରନ ଖଲାସ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ପାଖାପାଖି ୪ ରୁ ୫ ଦିନ ଲାଗିଥାଏ, ମାତ୍ର କିଛି ଦଲାଲ ଙ୍କ ସହାୟତା ରେ କିଛି ଗାଡ଼ି ଧାଡ଼ି ଭାଙ୍ଗି ଗୋଟିଏ ଦିନରେ ପାରାଦ୍ଵୀପ ବନ୍ଦରରେ ଆଇରନ ଖଲାସ କରିବାରେ ସଫଳ ହେଉଛନ୍ତି। ଯାହାକୁ ବିରୋଧ କରି ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.