ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ
ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ନେଇ ସମୟ ଧାର୍ଯ୍ୟ ହୋଇଛି । ଏହାର ୨ ଘଣ୍ଟା ପୂର୍ବରୁ ସ୍ଥିତିର ଅନୁଧ୍ୟାନ ହେବ। ଅସୁବିଧା ହେଲେ ୨୭ ତାରିଖରେ ସଫଟ ଲ୍ୟାଣ୍ଡିଂ ହେବ।

କେନ୍ୟୁଜ୍(ବ୍ୟୁରୋ): ଅଗଷ୍ଟ ୨୩ରେ ନ ହେଲେ ୨୭ରେ ହେବ ଚନ୍ଦ୍ରଯାନ-୩ର ସଫଟ ଲ୍ୟାଣ୍ଡିଂ । ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ନେଇ ସମୟ ଧାର୍ଯ୍ୟ ହୋଇଛି । ଏହାର ୨ ଘଣ୍ଟା ପୂର୍ବରୁ ସ୍ଥିତିର ଅନୁଧ୍ୟାନ ହେବ। ଅସୁବିଧା ହେଲେ ୨୭ ତାରିଖରେ ସଫଟ ଲ୍ୟାଣ୍ଡିଂ ହେବ। ଏ ନେଇ ଅହମ୍ମଦାବାଦ ଇସ୍ରୋ ସ୍ପେଶ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେସ ଦେଶାଇ ସୂଚନା ଦେଇଛନ୍ତି।
ଏବେ ୨୩ ତାରିଖରେ ସଫଟ ଲ୍ୟାଣ୍ଡିଂ ନେଇ ପ୍ରସ୍ତୁତି ଚାଲିଛି । ତେବେ ସ୍ଥିରିକୃତ ସମୟ ଅନୁସାରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ନିଲେସ ଏମ. ଦେଶାଇ ଆଶାବ୍ୟକ୍ତ କରିଛନ୍ତି । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର ।ଚନ୍ଦ୍ରଯାନ-୩ ଉପରେ ସାରା ଦେଶ ଓ ବିଶ୍ବ ନଜର ରଖିଛି । ରୁଷର ମୁନ ଭେହିକିଲ ଲୁନା-୨୫ କ୍ରାସ ହୋଇଛି। ଏହା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଟ ଲ୍ୟାଣ୍ଡିଂ ସଫଳ ହେଲେ ଭାରତ ବିଶ୍ବର ପ୍ରଥମ ରାଷ୍ଟ୍ର ହେବ।