5T ସଚିବଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ, କ୍ରାଇମ୍ ବ୍ରାଞ୍ଚ ଆଇଜିଙ୍କୁ ଜଣାଯାଇଛି

ସୋସିଆଲ ମିଡିଆର କେବଳ ଗୋଟିଏ ପ୍ଲାଟଫର୍ମ ଇନ୍ ଷ୍ଟାଗ୍ରାମରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କର ଭେରିଫାଏଡ୍ ଆକାଉଣ୍ଟ ଅଛି। ତାଙ୍କର ଏକ୍ସ ପ୍ଳାଟଫର୍ମ ବା ଟ୍ୱିଟରରେ କୌଣସି ଭେରିଫାଏଡ୍ ଆକାଉଣ୍ଟ ନାହିଁ।

କେନ୍ୟୁଜ୍(ବ୍ୟୁରୋ):  5T ସଚିବଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ। ସୋସିଆଲ ମିଡିଆର କେବଳ ଗୋଟିଏ ପ୍ଲାଟଫର୍ମ ଇନ୍ ଷ୍ଟାଗ୍ରାମରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କର ଭେରିଫାଏଡ୍ ଆକାଉଣ୍ଟ ଅଛି। ତାଙ୍କର ଏକ୍ସ ପ୍ଳାଟଫର୍ମ ବା ଟ୍ୱିଟରରେ କୌଣସି ଭେରିଫାଏଡ୍ ଆକାଉଣ୍ଟ ନାହିଁ। କିଛି ଛଦ୍ମବେଶୀ ଟ୍ବିଟର ହ୍ୟାଣ୍ଡଲର, ଭିକେ ପାଣ୍ଡିଆନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ପାଣ୍ଡିଆନଙ୍କ ଭେରିଫାଏଡ୍ ଇନ୍ ଷ୍ଟାଗ୍ରାମ ଆକାଉଣ୍ଟରେ ଥିବା ଫୋଟ ଓ ଅନ୍ୟ ତଥ୍ୟକୁ ଅବିକଳ ନକଲ କରି ଟ୍ବିଟର ଆକାଉଣ୍ଟ ଖୋଲାଯାଇଛି।

ଏପରି କି କେଉଁଟା ଅସଲି କେଉଁଟା ନକଲି ହଠାତ୍ ଜଣା ପଡୁ ନାହିଁ। ଏହି ଟ୍ବିଟର ଆକାଉଣ୍ଟ ଖୋଲିବାକୁ ନା ଭି କେ ପାଣ୍ଡିଆନ ଅନୁମତି ଦେଇଛନ୍ତି ନା ଯିଏ ଏହି ଆକାଉଣ୍ଟ ଖୋଲିଛି ସେ ଅନୁମତି ମାଗିଛନ୍ତି। ଏହି ଟ୍ବିଟର ଆକାଉଣ୍ଟଗୁଡିକ ସଂପୂର୍ଣ୍ଣ ଫେକ୍। ଫେକ୍ ଆକାଉଣ୍ଟ ନେଇ ଜନଶୁଣାଣି ଓଡ଼ିଶା ତରଫରୁ କ୍ରାଇମ୍ ବ୍ରାଞ୍ଚ ଆଇଜିଙ୍କୁ ଅବଗତ କରାଯାଇଛି। ସେପଟେ ଗୋଟିଏ ଫେକ୍ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି।