Below header

୧୦ମାସ ହେଇଗଲା ସରୁନି ରାସ୍ତା କାମ, ଯାତାୟାତ ପାଇଁ କଲବଲ ହେଉଛନ୍ତି ଲୋକେ

ବିତିଗଲାଣି ୧୦ ମାସ । ତଥାପି ସରୁନି କାମ । ରାସ୍ତାରେ ବିଛା ଯାଇଛି ମେଣ୍ଟାଲ ପଥର । କଳା ପଥର ପରିବର୍ତ୍ତେ ଧଳା ଗୁଣ୍ଡ ପଥରକୁ ରାସ୍ତାରେ ପକାଯାଇଛି । ଏହା ଉପରେ ପିଚୁ ପଡିବା ପରେ ଲୋକମାନେ ଯାତାୟାତ କରିବେ । ତେବେ ଏହି ମେଣ୍ଟାଲକୁ ମାସେ କି ଦୁଇ ମାସ ନୁହେଁ ଦଶ ମାସ ରୁ ଅଧିକ ସମୟ ଧରି ଏଭଳି ସ୍ଥିତି ରହିଛି ।

ବାଲିପାଟଣା (କେନ୍ୟୁଜ) : ବିତିଗଲାଣି ୧୦ ମାସ । ତଥାପି ସରୁନି କାମ । ରାସ୍ତାରେ ବିଛା ଯାଇଛି ମେଣ୍ଟାଲ ପଥର । କଳା ପଥର ପରିବର୍ତ୍ତେ ଧଳା ଗୁଣ୍ଡ ପଥରକୁ ରାସ୍ତାରେ ପକାଯାଇଛି । ଏହା ଉପରେ ପିଚୁ ପଡିବା ପରେ ଲୋକମାନେ ଯାତାୟାତ କରିବେ । ତେବେ ଏହି ମେଣ୍ଟାଲକୁ ମାସେ କି ଦୁଇ ମାସ ନୁହେଁ ଦଶ ମାସ ରୁ ଅଧିକ ସମୟ ଧରି ଏଭଳି ସ୍ଥିତି ରହିଛି । ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ରାସ୍ତାର ଟେଣ୍ଡର ନାମ ଏମଆରଏଲ୍ ୧୫ ହୋଇଥିବା ବେଳେ ତୁରିନ୍ତିରା ଠାରୁ ଭାୟା ତରବୋଇ ଗ୍ରାମ ଚଣାହାଟ ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣଧୀନ ରହିଛି ।

ସୂଚନା ଫଳକ ଅନୁସାରେ ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୫.୩୪କି.ମି ପର୍ଯ୍ୟନ୍ତ ରାସ୍ତାଟି ଠିକା ସଂସ୍ଥା ପକ୍ଷରୁ ୦୨ କୋଟି ୭୦ ଲକ୍ଷ ୦୫ ଟଙ୍କା ମୂଲ୍ୟରେ ଆରମ୍ଭ ହୋଇଥିବା ବେଳେ ଏହାର କାର୍ଯ୍ୟ ୧୩.୦୪.୨୦୨୨ ରୁ ଆରମ୍ଭ ହୋଇ ୧୨.୦୩.୨୦୨୩ ରେ ଅବଧି ଶେଷହେବା କଥା । ତେବେ ଏହି କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷହେବା କଥା କିନ୍ତୁ ,କୌଣସି କାରଣ ବଶତଃ ହେଉ ବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ତଥା ପ୍ରଶାସନିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ସମ୍ପର୍କ ଯୋଗୁଁ କାର୍ଯ୍ୟଟି ଏଯାଏ ଶେଷ ହୋଇପାରିନାହିଁ । ତେବେ ପରବର୍ତ୍ତୀ ସମୟରେ ଠିକାଦାର ଏସଡିଓଙ୍କ ଠାରୁ ଆହୁରି ଚାରି ମାସ ଅବଧି ବୃଦ୍ଧିକରି ଆଣିଥିଲେ କାର୍ଯ୍ୟ ଶେଷକରିବା ନିମନ୍ତେ ।

କିନ୍ତୁ ସେଇ ଚାରି ମାସ ସରିଯାଇଥିଲେ ସୁଦ୍ଧା କାର୍ଯ୍ୟ ଶେଷ ହୋଇପାରିନାହିଁ । ୧୦ମାସର ଅବଧି ଶେଷ ହୋଇ ଯାଇଥିବା ବେଳେ ଠିକାଦାର ତରବର ହୋଇ ବର୍ଷାଋତୁରେ ରାସ୍ତାରେ ବର୍ଷାପାଣି ଥିବା ଏବଂ କେନାଲରେ ପାଣି ଥିବାର ଦର୍ଶାଇ ବିଳମ୍ବ ହୋଇଥିବା ନେଇ କହିଛନ୍ତି । ଏହି ରାସ୍ତା ଦେଇ ବିଦ୍ୟାଳୟ, ଅଙ୍ଗନବାଡି ଠାରୁ ଆରମ୍ଭ କରି ଲୋକମାନେ ଯାତାୟାତ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି କି ଗ୍ରାମକୁ ଆମ୍ବୁଲାନ୍ସଟେ ବି ଆସିପାରୁନାହିଁ । ଏହି ସମ୍ପର୍କରେ ଆମେ ବାଲିପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ କଣ କହୁଛନ୍ତି ଶୁଣନ୍ତୁ ।

ବାଇଟ : ବସନ୍ତ କୁମାର ଦଳେଇ – ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ବାଲିପାଟଣା
ବାଇଟ :ସୁଶାନ୍ତ କୁମାର ଜେନା – ଠିକାଦାର

ଲୋକମାନଙ୍କୁ ସୁବିଧା ରେ ଯାତାୟାତ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯାଉଛି ସତ ହେଲେ, ନିମ୍ନ ମାନର ରାସ୍ତା କାମ ସହିତ, ଦୀର୍ଘ ୧୦ମାସ ପରେ ବି ଶେଷ ହୋଇପାରୁନି ରାସ୍ତା କାମ । ଯଦି ଆଗାମୀ ଦିନରେ ଏହି ରାସ୍ତା ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.