ଫନି ଅନ୍ଦାଜ୍ରେ ନଜର ଆସିଲେ ସାହିଦ କପୁର, ଜୋରସୋରରେ ଭାଇରାଲ ହେଉଛି ଭିଡିଓ
ଏହି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଆଜି ସିନେମା ହଲ୍ରେ ରିଲିଜ୍ ହୋଇଛି । ତେବେ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ସାହିଦ କପୁର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ସେ କହିଥିଲେ ଯେ ତାଙ୍କର ଫିଲ୍ମ ପ୍ରମୋସନ ଶେଷ ହୋଇଛି ।

ସାହିଦ କପୁର ଓ କ୍ରିତି ସାନନ ତାଙ୍କର ଅପ୍କମିଂ ଫିଲ୍ମ ରିଲିଜ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଯୋଡି ସିନେ ପରଦାରେ ରୋମାନ୍ସ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଦୁଇଜଣଙ୍କ ଅପ୍କମିଂ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଭାଲେଣ୍ଟାଇନ୍ ଉପହାର ହୋଇଛି । ଏହି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଆଜି ସିନେମା ହଲ୍ରେ ରିଲିଜ୍ ହୋଇଛି । ତେବେ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ସାହିଦ କପୁର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ସେ କହିଥିଲେ ଯେ ତାଙ୍କର ଫିଲ୍ମ ପ୍ରମୋସନ ଶେଷ ହୋଇଛି । ଏହା ସହିତ ପ୍ରମୋସନ ଶେଷ ହୋଇଛି ବୋଲି, ସେ ନିଜ ଫିଲିଙ୍ଗ୍ ଦର୍ଶକମାନଙ୍କୁ ଜଣାଇଛନ୍ତି ।
ବୁଧବାର ଦିନ ସାହିଦ କପୁର ଏକ ମଜାଦାର ଇନଷ୍ଟାଗ୍ରାମ ରିଲ ସେୟାର କରିଛନ୍ତି, ଯେଉଁଥିରେ ବିରାଟ କୋହଲିଙ୍କ କନେକ୍ସନ୍ ରହିଛି । ତେବେ ଭାଇରାଲ୍ କ୍ଲିପ୍ରେ ସେ ହାତରେ କ୍ରିକେଟ୍ ବ୍ୟାଟ୍ ଧରି ତାଙ୍କ ଘର ବୁଲୁଥିବାର ନଜର ଆସିଛନ୍ତି । ଏହି ଅଭିନେତା କ୍ରିକେଟର ବିରାଟ କୋହଲିଙ୍କ ସ୍ୱରରେ ଲିପ-ସିଂ କରୁଥିବା ନଜର ଆସିଛନ୍ତି । ତେବେ ସାହିଦଙ୍କ ଅପ୍କମିଂ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରିଲିଜ୍କୁ ନେଇ ବ୍ୟସ୍ତ ଥିଲେ । ଫିଲ୍ମର ପ୍ରମୋସନ ସରିବା ପରେ ସେ ନିଜର ଭାବନା ପ୍ରକାଶ କରିଥିବା ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଅଭିନେତା ଭିଡିଓର କ୍ୟାପସନରେ ଲେଖିଛନ୍ତି, ପ୍ରମୋସନ ଶେଷ ହେବା ଭଳି ଭାବନା ।
ବାସ୍ତବରେ ବିରାଟ କୋହଲିଙ୍କ ପୁରୁଣା ଇଣ୍ଟରଭ୍ୟୁ ଆଧାରରେ ଏହି ରିଲ୍ ପ୍ରସ୍ତୁତ କରାଯାଇଛି । ଏହି ରିଲରେ ସାହିଦ ତାଙ୍କର ଅପ୍କମିଂ ଫିଲ୍ମର ପ୍ରମୋସନ ପରେ କଣ ଖାଇବାକୁ ଯାଉଛନ୍ତି ତାହା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ରିଲ୍ ବହୁତ ମଜାଳିଆ ହୋଇଛି । ସାହିଦ ତାଙ୍କ ହାତରେ ଏକ ଛୋଟ ବ୍ୟାଟ୍ ଧରି ପୂର ଅଭିନୟ କରୁଛନ୍ତି । ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅପ୍କମିଂ ଫିଲ୍ମରେ ପରଦାରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବେ । ଭାଲେଣ୍ଟାଇନ୍ ଡେ ଅବସରରେ ଭାଲେଣ୍ଟାଇନ୍ ସପ୍ତାହରେ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ସିନେମା ହଲ୍ରେ ରିଲିଜ୍ ହୋଇଛି ।
ସିବିଏଫସିର ସମସ୍ତ କଟକଣା ଏବଂ ପରିବର୍ତ୍ତନ ପରେ, ବର୍ତ୍ତମାନ ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ର ରନ୍ ଟାଇମ୍ ୨ ଘଣ୍ଟା ୨୩ ମିନିଟ୍ ୧୫ ସେକେଣ୍ଡ ହୋଇଛି । ଅମିତ ଯୋଶୀ ଏବଂ ଆରାଧନା ଶାହାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସାହିଦ କପୁର ଏବଂ କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏତେ ଦିନ ପରେ ସାହିଦ କପୁର ଏକ ରୋମାଣ୍ଟିକ୍ କମେଡି ଫିଲ୍ମରେ ଦେଖିବାକୁ ମିଳିଥିବାବେଳେ କ୍ରିତି ସାନନ୍ ଏଆଇ ରୋବଟ୍ ଭୂମିକାରେ ଅଭିନୟ କରିବେ । କ୍ରିତି ସାନନଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ପ୍ରଭାସଙ୍କ ସହ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିଥିଲେ, କିନ୍ତୁ ସାହିଦଙ୍କୁ ପୂର୍ବରୁ ଫିଲ୍ମ ‘ଫାର୍ଜି’ରେ ଦେଖିବାକୁ ମିଳିଥିଲା । ଏବେ ଦେଖିବାର ଅଛି ସାହିଦ ଓ କ୍ରିତିଙ୍କ ଏହି ଫିଲ୍ମଙ୍କୁ କେତେ ପସନ୍ଦ ଆସୁଛି । ଏହା ସହ କେତେ ଇନ୍କମ୍ କରୁଛି ଦେଖିବାର ଅଛି ।
View this post on Instagram