Below header

ଉଦାହାରଣ ସାଜିଲେ ମାହାଙ୍ଗା ଇଟାମୁଣ୍ଡଳି ଗାଁ ଲୋକେ: ଦୁର୍ଘଟଣାଗ୍ରସ୍ତ ମାଛ ବୋଝେଇ ପିକଅପ ଭ୍ୟାନରୁ ମାଛ ନ ନେଇ ବେପାରୀକୁ ଦେଇଦେଲେ

ମାହାଙ୍ଗା(କେନ୍ୟୁଜ୍): କୌଣସି ସ୍ଥାନରେ ମାଲବାହୀ ଗାଡ଼ି ଦୁର୍ଘଟଣା ଘଟିଲେ ସ୍ଥାନୀୟ ଲୋକେ ଗାଡ଼ିରେ ସାମଗ୍ରୀ ବୋହି ନେ଼ଇ ଯାଇଥାନ୍ତି। କିନ୍ତୁ ଆଜି ଏକ ମାଛ ବୋଝେଇ ଗାଡ଼ି କେନାଲ ପାଣିକୁ ଓଲଟି ପଡ଼ିଥିଲା। ଏଥିରେ ଥିବା ମାଛ ଗୁଡ଼ିକ କେନାଲ ପାଣି ମଧ୍ୟରେ ପଶିଯାଇଥିଲା।ସ୍ଥାନୀୟ ଲୋକେ ମାଛକୁ ନିଜ ଘରକୁ ବୋହି ନନେଇ ପାଣିରୁ ବାହାର କରି ବ୍ୟବସାୟଙ୍କୁ ଦେଇ ନିଜ ମାନବିକତା ଦେଖାଇଛନ୍ତି।

pixkupvan

ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଇଟାମୁଣ୍ଡଳି ଗାଁ ନିକଟ ଛକରେ। ଆଜି ସକାଳେ ଏକ ମାଛ ବୋଝେଇ ପିକଅପ୍  ଭ୍ୟାନ କେନାଲ ଭିତରକୁ ଓଲଟି ପଡ଼ିଥିଲା।କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ସବୁ ପାଣିରେ ଭାସିବାକୁ ଲାଗିଲେ।ସ୍ଥାନୀୟ ଲୋକ ମାନେ କେନାଲରେ ପଶି ମାଛ ଗୋଟେଇ ନିଜ ଘରକୁ ନ ନେଇ ମାଛ ବେପାରୀକୁ ଦେଇ ଦେଇଥିଲେ। ସ୍ଥାନୀୟ ଲୋକମାନେ ନିଜର ମାନବିକତା ଦେଖାଇଥିଲେ। ହେଲେ କାହାରି କିଛି ଅଘଟଣ ହୋଇନଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.