ଏବେ କାର୍ଡ ନୁହେଁ ବରଂ ୟୁନିକ ଟୋକନ ସାହାଯ୍ୟରେ କରିବେ ଟଙ୍କା ପେମେଣ୍ଟ, ଆରବିଆଇର ଆସିଲା ନୂଆ ରୁଲ

ଆସିଲା ଡେବିଟ ଓଚ କ୍ରେଡିଟ କାର୍ଡକୁ ନେଇ ଆଉ ଏକ ବଡ଼ ସୂଚନା। ଆରବିଆଇ ଗ୍ରାହକଙ୍କ ଆକାଉଣ୍ଟକୁ ସେଫ୍‌ ରଖିବା ପାଇଁ ଏଭଳି ନିଷ୍ପତ୍ତତି ନେଇଛି। କ୍ରେଡିଟ କାର୍ଡ ତଥା ଡେବିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସନ୍ତା ମାସରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବରରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର କାର୍ଡ ଅନ୍‌ ଫାଇଲ ଟେକନାଇଜେସନ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କହିବା ଅନୁଯାୟୀ ଟେକନାଇଜେସନ ନିୟମରେ ପରିବର୍ତ୍ତନ ହେବା ପରେ କାର୍ଡ ହୋଲଡର୍ସ ଙ୍କ ପେମେଣ୍ଟ ସିଷ୍ଟମରେ ଆହୁରି ସୁଧାର ଆସିବ। ଏହାଦ୍ୱାରା ଡେବିଟ ଓ କ୍ରେଡିଟ କାର୍ଡରେ ହେଉଥିବା ଟ୍ରାଞ୍ଜାକସନ ଅଧିକ ସୁରକ୍ଷିତ ହୋଇଯିବ।

ନୁଆ ନିୟମ ଅନୁସାରେ ଗ୍ରାହକ ଯେବେ ପଏଣ୍ଟ ଅଫ ସେଲ ମେସିନ, ଅନଲାଇନ ଅବା ଅନ୍ୟ କୌଣସି ମାଧ୍ୟମରେ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ ତାଙ୍କ କାର୍ଡର ଡିଟେଲ୍ସ ଏନକ୍ରିପଟେଡ ଟୋକନ୍ସ ରେ ଷ୍ଟୋର ହେବ। ପ୍ରଥମେ ଏହି ନିୟମ ୧ ଜାନୁ ଆରୀରେ ଲାଗୁ ହେବାର ଥିଲା। ଆରବିଆଇ ବିଭିନ୍ନ ପକ୍ଷରୁ ମିଳୁଥିବା ସୁଝାବ କୁ ଧ୍ୟାନରେ ରଖି କାର୍ଡ ଅନ ଫାଇଲ ଡାଟାକୁ ଷ୍ଟୋର କରିବା ର ସମୟ ସୀମାକୁ ୩୧ ଡିସେ ମ୍ବରରୁ ବଢ଼ାଇ ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ କରିଦେଇଥିଲେ। ପରେ ଏହାକୁ ଏବେ ୩୦ ସେପ୍ଟେମ୍ବରକୁ ବଢ଼ାଇଦିଆଯାଇଛି। ଏବେ ଆରବିଆଇ ଏହି ଡେଟ୍‌ କୁ ଆଉ ବଢ଼ାଇବ ନାହିଁ।

ମାନେ ଏବେ ପେମେଣ୍ଟ କମ୍ପାନୀକୁ ୩୦ େପ୍ଟେମ୍ବର ୨୦୨୨ ପରେ ଲୋକଙ୍କର ଡେବିଟ କ୍ରେଡିଟ କାର୍ଡ ର ଡାଟାକୁ କ୍ଲିୟର କରିବାକୁ ହେବ। ନୂଆ ବ୍ୟବସ୍ଥା ଅନ୍ତର୍ଗତ ରିଜର୍ଭ ବ୍ୟାଙ୍କ ପେମେଣ୍ଟ କମ୍ପାନୀକୁ ଗ୍ରାହକମାନଙ୍କ ଡାଟକୁ ଷ୍ଟୋର କରିବାକୁ ମନା କରିଛନ୍ତି। ପେମେଣ୍ଟ କମ୍ପାନୀକୁ ଏବେ କାର୍ଡ ବଦଳରେ ବୈକଳ୍ପିକ କୋଡ ଦେବାକୁ ହେବ। ଯାହାର ନାମ ରହିବ ଟୋକନ। ଏହା ୟୁନିକ ହେବ। ଏମିିତିରେ ଆଗକୁ ଅନଲାଇନ ପେମେଣ୍ଟ ପାଇଁ କାର୍ଡ ନୁହେଁ ବରଂ କେବଳ ୟୁନିକ ଟୋକନ ର ବ୍ୟବହାର ହେବ।

ଆରବିଆଇର କହିବା ଅନୁଯାୟୀ କାର୍ଡ ବଦଳରେ ଟୋକନ ବ୍ୟବହାର ଦ୍ୱାରା ଫ୍ରଡ ମାମଲା କମ ହେବ। କାରଣ ଗ୍ରାହକ ମାନଙ୍କର କ୍ରେଡିଟ ତଥା ଡେବିଟ କାର୍ଡ ର ତଥ୍ୟ ଏମିତିରେ ଲିକ ହୋଇଯାଉଛି। ନୁଆ ବ୍ୟବସ୍ଥାରେ ଫ୍ରଡ ମାମଲା କମ ଆସିବ ବୋଲି ଅନୁମାନ ରହିଛି। ଯାହାଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟ ସେଫ୍‌ ରହିବ। ରିଜର୍ଭ ବ୍ୟାଙ୍କର ଏହି ନିୟମରେ ଅନେକ ସମସ୍ୟା କମ ହୋଇଯିବ ବୋଲି ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.