ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଘରକୁ ଫେରିବେ ଜଗା-ବଳିଆ, ଆସନ୍ତା ମାସ ଅଣାଯିବ ଓଡ଼ିଶା

କେନ୍ୟୁଜ୍ : ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଘରକୁ ଫେରିବେ ଜଗା ବଳିଆ । ଆସନ୍ତା ମାସ ଜଗା ବଳିଆ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି । ଦୁଇ ବର୍ଷ ହେବ ଦିଲ୍ଲୀ ଏମସ୍‌ ର ପ୍ରାଇଭେଟ୍‌ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ଦୁଇ ଭାଇ । ଦୁଇ ଭାଇଙ୍କୁ ଏବେ ୪ ବର୍ଷ । ଜଗା ସୁସ୍ଥ ଅଛି । ସେ ଏବେ ସ୍କୁଲ ଯାଇପାରିବ । ହେଲେ ବଳିଆ ଏବେ ବି ସୁସ୍ଥ ହୋଇନାହିଁ । ନିଜେ ଖାଦ୍ୟ ବି ଖାଇପାରୁନାହିଁ । ୨୦୧୭ ମସିହାରେ ଏମାନଙ୍କ ସର୍ଜରୀ କରାଯାଇଥିଲା । ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍‌ ପରେ ଜଗା ବଳିଆଙ୍କୁ ଏମସ୍‌ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ସିପ୍ଟ କରାଯାଇଥିଲା । ଦୁଇ ଭାଇଙ୍କ ପାଖରେ ତାଙ୍କ ବାପା-ମାଆ ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.