Below header

ସିଦ୍ଧଳ ବଳଦେବ ଜୀଉ ମନ୍ଦିରରେ ପୂଷ୍ୟାଭିଷେକ ହେଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର

ଜଗତସିଂହପୁର : ରାଜା ହେଲେ ଜିଲ୍ଲାପାଳ। ଜଗତସିଂହପୁର ସିଦ୍ଧଳ ବଳଦେବ ଜୀଉ ମନ୍ଦିରରେ ପୂଷ୍ୟାଭିଷେକ ହେଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସିଦ୍ଧଳ ବଳଦେବ ଜିଉଙ୍କ ପ୍ରଥମ ସେବକ ଭାବେ ତାଙ୍କୁ ଅଭିଷେକ କରାଯାଇଥିଲା । ଜିଲ୍ଲାପାଳଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପରେ ଏକ ସୁସଜ୍ଜିତ ପଟୁଆରରେ ଗୁଣ୍ଡିଚା ମନ୍ଦିରକୁ ପାଛୋଟି ଅଣାଯାଇଥିଲା। ଅଭିଷେକ ପରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଙ୍ଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମନ୍ଦିର ପ୍ରଶାସକ, ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର ବେଢା ପରିକ୍ରମା କରିବା ପରେ ଏକ ପାନ୍ଥ ନିବାସ ଓ ମନ୍ଦିରର ୱେବ ସାଇଟକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ। ଏହି ଉତ୍ସବକୁ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ, ମନ୍ଦିରର ମୁଖ୍ୟ ପୁରୋଧା ପ୍ରମୂଖ ପରିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.