ବେକାର ଯୁବକଙ୍କ ପାଇଁ ରେଳ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

Western Railway Recruitment 2020 ପଶ୍ଚିମୀ ରେଲେଓ୍ଵରେ ୩୫୫୩ ପଦରେ ଭର୍ତ୍ତୀ କରାଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭର୍ତ୍ତୀ ଅପରେଣ୍ଟିସ୍‌ ପଦ ପାଇଁ କରାଯାଉଛି। ଯୋଗ୍ୟ ଆଶାୟୀ ପ୍ରାର୍ଥୀ (ଆରଆରସି)ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ୦୭ ଜାନୁୟାରୀ ୨୦୨୦ରୁ ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ୦୬ ଫେବୃଆରୀ ୨୦୨୦।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଏବଂ ଦ୍ୱାଦଶରେ ୫୦ ପ୍ରତିଶତ ଅଙ୍କ ହୋଇଥିବା ଆବଶ୍ୟକ।

ଟେକିନିକାଲ ଅଭିଜ୍ଞତା : ଆଶାୟୀ ପ୍ରାର୍ଥୀ ଏନସିଭିଟି/ଏସସିଭିଟିରେ ମାନ୍ୟତା ପ୍ରାପ୍ତ ଆଇଟିଆଇ ପ୍ରମାଣ ପତ୍ର ପାଇଥିବା ବାଧ୍ୟତାମୂଳକ।

ବୟସ ସୀମା

• ଆବେଦନକାରୀକ ନ୍ୟୁନତମ ବୟସ ୧୫ ବର୍ଷ ନିର୍ଦ୍ଧରିତ କରାଯାଇଛି।

• ସେହିପରି ଆବେଦନକାରୀଙ୍କ ଅଧିକତମ ବୟସ ୨୪ ବର୍ଷ ରଖାଯାଇଛି।

• ବୟସର ଗଣନା ୦୨ ଫେବୃଆରୀ ୨୦୨୦ ଅଧାରରେ କରାଯିବ।

• ଏସସି/ଏସଟି ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରିହାତି ରହିଛି।

ଆବଦେନ ଶୁଳ୍କ

• ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି।

• ଏସସି/ଏସଟି/ଓବିସି ଏବଂ ମହିଳା ଆଶାୟୀ ପ୍ରାର୍ଥୀଙ୍କର ପାଇଁ ନିଶୁଳ୍କ ରଖାଯାଇଛି।

• ଆବେଦନ ଶୁଳ୍କର ପେମେଣ୍ଟ କେବଳ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ କିମ୍ବା ଇଣ୍ଟରନେଟ୍‌ ବ୍ୟାକିଂ ଦ୍ୱାରା କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ

• ଆବେଦନର ପ୍ରାରମ୍ଭିକ ତାରିଖ ୦୭ ଜାନୁୟାରୀ ୨୦୨୦।

• ଆବେଦନର ଶେଷ ତାରିଖ ୦୬ ଫେବୃଆରୀ ୨୦୨୦।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ମେରିଟ୍‌ ଲିଷ୍ଟ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.